ଲଗାତାର ଦ୍ୱିତୀୟଥର ମଣିପୁରର ମୁଖ୍ୟମନ୍ତ୍ରୀ ହେଲେ ବିରେନ ସିଂ : ପଦ ଏବଂ ଗୋପନୀୟତାର ନେଲେ ଶପଥ

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ଦ୍ୱିତୀୟଥର ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି । ଇମ୍ଫାଲରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ଦ୍ୱିତୀୟ ଥର ମଣିପୁର ମୁଖ୍ୟମନ୍ତ୍ରୀ ଭାରେ ଶପଥ ନେଇଛନ୍ତି । ରବିବାର ମଣିପୁର ରାଜ୍ୟପାଳ ଏଲ ଗଣେଶନ୍ ବିଜେପି ବିଧାୟକ ଦଳ ନେତା ତଥା କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେଇଥିଲେ। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କିରଣ ରିଜିଜୁ ଦଳ ତରଫରୁ ଏକ ପତ୍ର ହସ୍ତାନ୍ତର କରାଯାଇଥିଲା, ଏନ.ବିରେନ ସିଂ ସର୍ବସମ୍ମତିରେ ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିବା କୁହାଯାଇଥିଲା । ରାଜଭବନର ବୟାନ ଅନୁସାରେ, ଦୁଇ ରାଜନୈତିକ ଦଳ ଜେଡିୟୁର ଛଅ ବିଧାୟକ, କୁକି ପିପୁଲ୍ସ ଏଲାଏନ୍ସର ଦୁଇ ଜଣ ସଦସ୍ୟ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ବିନା ସର୍ଚରେ ବିଜେପିକୁ ନିଜର ସମର୍ଥନ ଜଣାଇଛନ୍ତି। ଏହାପରେ ବିଜେପି ନେତୃତ୍ୱାଧିନ ସରାକର ନିକଟରେ ୬୦ ସଦସ୍ୟଙ୍କ ମଧ୍ୟରୁ ବିଧାନସଭାରେ ୪୧ ସଂଖ୍ୟା ରହିବ। ଯାହା ଦୁଇ-ତୃତୀୟଂଶ ବହୁମତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ