ଲଘୁଚାପ ଜନିତ ଲଗାଣ ବର୍ଷା ଚାଷଜମି ଜଳମଗ୍ନ ଚିନ୍ତାରେ ଚାଷୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଲଘୁଚାପ ଜନିତ ଲଗାଣ ବର୍ଷାରେ ସାନଖେମୁଣ୍ଡି ବ୍ଲକର ଗ୍ରାମାଞ୍ଚଳରେ ଜନଜୀବନ ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଏପରିକି ଘରୁ ବାହାରକୁ ଆସିବା ପାଇଁ କଷ୍ଟସାଧ୍ୟ ହୋଇପଡିଛି। ଚାରିଆଡେ ଦେଖିବା ମିଳୁଛି ଜଳାର୍ଣ୍ଣବ୍। ମୌଷମି ଜନିତ ବର୍ଷାକୁ ଚାଷୀ ଚାହିଁ ଚାହିଁ ରହିଲା। ବର୍ଷା ହେଲା ନାହିଁ ତଳି ପୋଡିଯାଇଥିବା ନେଇ ଚାଷୀ ହୃଦୟ ବିଦାରକ ଚିତ୍କାର ଛାଡୁଥିଲା। ଏବେ ଲଘୁଚାପ ଜନିତ ଅନବରତ ବର୍ଷା ଯୋଗୁଁ ଜମିରେ ପାଣି ଭର୍ତି, ହୋଇରହିଥିବା ବେଳେ ତଳି ଉପାଡ଼ିହେଉନି କି ଜମିଚାଷ କରିହେଉନି। ଚାରିଆଡେ ଜଳାର୍ଣବ ଦେଖିବାକୁ ମିଳିଛି । ଚାଷୀଙ୍କ ମାନର ଖୁସି ଉଭେଇଯାଇଛି। ଚାଷୀଙ୍କୁ ଘାରିଛି ଜଳ ନିଷ୍କାସନ। ଅନ୍ୟପଟେ ଘୋଡାହାଡ ନଦୀରେ ଜଳପନ ବୃଦ୍ଧି ପାଇଛି । କେନାଲ ପାଣି ମାଡ଼ିଆସୁଛି। ଘୋଡାହାଡ଼ ଦ୍ୟାମ ପାଣି ଛାଡ଼ିବା ପାଇଁ ସତର୍କତା କରାଇଥିବା ବେଳେ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ଖଲିଙ୍ଗୀ, ଗୁଣସାଗର, ହଂସରାଲି, ଗୌତମୀ, ଆମ୍ବଠା, ଏରେଣ୍ଡରା ବିଭିନ୍ନ ତଳିଆଁଚଳ ଗ୍ରାମ ଗୁଡିକରେ ଜମିରେ ପାଣି ନିସ୍କାସନ ହେଲେ ଚାଷ ହୋଇପାରିବ ବୋଲି ଚାଷୀଙ୍କ ପକ୍ଷରୁ ମତପ୍ରକାଶ ପାଇଛି।