ଗୋଷାଣୀନୂଆଗାଁ ମଣ୍ଡଳରେ ତ୍ରିରଙ୍ଗା ପଦଯାତ୍ରା

ବ୍ରହ୍ମପୁର, ( ଅନିଲ କୁମାର) : ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଦେଶବ୍ୟାପି ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଛି । ଏହି ଉପଲକ୍ଷେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଭାରତର ପ୍ରତ୍ୟକ ଘରେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପତାକା ତ୍ରିରଙ୍ଗା ଉଡ଼ାଯିବ । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ଗୋଷାଣୀନୂଆଗାଁ ମଣ୍ଡଳ ଅନ୍ତର୍ଗତ ୨୭ ନଂ ୱାର୍ଡ଼ରେ “ତ୍ରିରଙ୍ଗା ପଦଯାତ୍ରା ସହ ପତାକା ବଣ୍ଟନ” କାର୍ଯ୍ୟକ୍ରମ ବିଜେପି କର୍ପୋରେଟର ନୀଳକଣ୍ଠ ସାହୁଙ୍କ ନେତୢତ୍ୱରେ ସ୍ଥାନୀୟ ଗୋଷାଣୀନୂଆଗାଁ ସ୍ଥିତ ଗୁଣ୍ଡିଚା ମନ୍ଦିର ଠାରୁ ଆରମ୍ଭ ହେଇଥିଲା । ବିଜେପି କାର୍ଯକର୍ତ୍ତା ମାନେ ଏହି “ତ୍ରିରଙ୍ଗା ପଦଯାତ୍ରା” ରେ ୨୭ ନଂ ୱାର୍ଡ଼ ଅନ୍ତର୍ଗତ କଦଳୀବାଡ଼ ସାହି,ବଡ଼ ସାହି,ପାଣିଗ୍ରାହୀ ସାହି,ଲକ୍ଷ୍ମୀ ନାରାୟଣ ସାହି,ଢ଼ାମଣା ସାହି,ନୂଆ ସାହି,ବୈଦ୍ୟ ସାହି, ତ୍ରିନାଥ ମନ୍ଦିର ସାହି,ଗୋଷାଣୀନୂଆଗାଁ ମେନ୍ ରୋଡ଼ ଆଦି ଅଞ୍ଚଳ ବୁଲିବା ସହ କାର୍ଯକର୍ତ୍ତା ମାନେ ପ୍ରତ୍ୟକ ଘରେ ଘରେ ତ୍ରିରଙ୍ଗା ପତାକା ବଣ୍ଟନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ମେୟର ପ୍ରାର୍ଥିନୀ ଡ଼ଃ.ସବିତା ସୁଆର ପାଣିଗ୍ରାହୀ,ଜିଲ୍ଲା ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାର,ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,ବରିଷ୍ଠ ନେତା ସୁନିଲ କୁମାର ସାହୁ,ପ୍ରବୀର ପାତ୍ର,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ, କର୍ପୋରେଟର ବନିତା ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶିବ ଶଙ୍କର ସତପଥି,କିରଣ କୁମାର ସାହୁ,ପ୍ରହ୍ଲାଦ ପାଣିଗ୍ରାହୀ,ମଦନ ସାହୁ,ସିଏଚ୍.ଆପନା,ନିବେଦିତା ପାଢ଼ୀ, ବର୍ଷା ବିଦ୍ୟୁସ୍ମିତା,ନର୍ମଦା ମଣି ରାଜୁ,ପ୍ରଫୁଲ୍ଲ ସାହୁ,ଅଜୟ ନାୟକ, କମଲ ପାତ୍ର,ଚିତ୍ତରଞ୍ଜନ ସାହୁ,ବସନ୍ତ ଚୌଧୁରୀ, ବିଭୂ ପାତ୍ର,କିସନ୍ ପଣ୍ଡା, ଶଙ୍କର ସାହୁ,ସୁର ପାଢ଼ୀ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯକର୍ତ୍ତା ସାମିଲ ହେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ