ଲଘୁଚାପ ବର୍ଷା ରେ ବେହାଲ ମୋହନା
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ମୋହନା ଅଞ୍ଚଳ ରେ ଦୁଇ ଦିନ ଲଘୁଚାପ ବର୍ଷା ପାଇଁ ବେହାଲ ହଇପଡିଛି |ରାସ୍ତା ରେ ପାଣି ଭରି ରହିବା ଯୋଗୁଁ ସାଧାରଣ ଜୀବନ ଜୀବିକା ଏକ ରକମର ଠପ ହଇପଡିଛି | ପ୍ରତେକ ସାହିରେ ଡ୍ରେନେଜ ବେବସ୍ଥା ନଥିବାରୁ ରାସ୍ତା ଉପରେ କାଦୁଅ ପାଣି ଭର୍ତ୍ତି, ଏପରି କି ଉଠା ଦୋକାନୀ ମଧ୍ୟ ବେହାଲ | ବଜାରକୁ ପରିବା ବିକିବାକୁ ଅଣୁଥିବା ଲୋକେ ବର୍ଷା ଯୋଗୁଁ ଆସୁନାହାନ୍ତି, ପରିବା ବଜାର ନଥିବାରୁ ରାସ୍ତା କୋଡ଼ରେ ପରିବା ବିକ୍ରି କରି ନିଜ ପରିବାର ପୋଷଣ କରୁଥିବା ଏହି ବ୍ୟବସାୟୀ ମନେ କ୍ଷତି ସହିଛନ୍ତି |ସେପଟେ କୋରନା ଦାଉ ସାଧିଥିବା ବେଳେ ଏବେ ଲଗାଣ ବର୍ଷା ଯୋଗୁଁ ବ୍ୟବାସୀ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି |