ଲଘୁଚାପ ଯୋଗୁଁ ଗଜପତିରେ ଲଗାତର ବର୍ଷା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଲଘୁଚାପ ଯୋଗୁଁ ଗତକାଲି ଠାରୁ ଗଜପତି ଜିଲ୍ଲାରେ ଲଗାତର ଭାବେ ବର୍ଷା ଲାଗିରହିଛି । ଗତକାଲି ଏହି ବର୍ଷାର ପରିମାଣ କମ ଥିଲା ବେଳେ ଆଜି ସକାଳ ଠାରୁ ପାଗ କୋହଲା ରହିବା ସହ ବର୍ଷାର ପରିମାଣ ବଢିଛି । ଆଜି ସକାଳୁ ସକାଳୁ ଧାରାବାହିକ ଭାବେ ବର୍ଷା ଲାଗି ରହିଥିବା ଯୋଗୁଁ ସାଧାରଣଙ୍କ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଆର.ଉଦୟଗିରି, ରାୟଗଡ, ମୋହନା, ନୁଆଗଡ, ଗୋଷାଣୀ, କାଶୀନଗର, ଗୁମ୍ମା ଆଦି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଲୋକେ ଘରୁ ବାହାରୁ ନାହାଁନ୍ତି । ଯଦ୍ୱାରା ରାସ୍ତାଘାଟ ଶୁନ୍‌ସାନ୍ ହୋଇପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ