ଲଡ ଡାଉନକୁ ମାନୁ ନାହାନ୍ତି ମାର୍ବଲ ବ୍ୟବସାୟୀ
ନାଉଗାଁ:ନାଉଗାଁ ବ୍ଳକ ଅନ୍ତର୍ଗତ ବ୍ଳକଛକ ନିକଟରେ ଏକ ମାର୍ବଲ ବୋଝେଇ ଗାଡି ଶୁକ୍ରବାର ବିଳମ୍ବିତ ରାତିରେ ପହଂଚି ଥିଲା । ଉକ୍ତ ଗାଡିରୁ ୨୦ରୁ ଉର୍ଦ୍ଧ ଶ୍ରମିକ ମାର୍ବଲ ବାହାର କରୁଥିବାର ଦେଖାଯାଇଥିଲା ।ଖବର ପାଇ ସ୍ଥାନୀୟ ଅଂଚଳର କିଛି ଲୋକ ଓ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଂଚିଥିଲେ । ସାରା ରାଜ୍ୟରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଦେଶ ସାରା ଲକ ଡାଉନ ଲାଗୁ ହୋଇଛି । ଏପରିକି ଗୋଟିଏ ସ୍ଥାନରେ ୭ରୁ ଅଧିକ ଲୋକ ଏକତ୍ରିତ ନହେବା ସହିତ ଅତି କମରେ ୧ ମିଟର ଦୁରତ୍ୱ ବ୍ୟବଧାନରେ ରହିବାର ନିୟମ ରହିଛି । ଏହା ସହିତ ସରକାରଙ୍କ ନିୟମାନୁସାରେ ନିର୍ମାଣ ଶ୍ରମିକ କାର୍ଯ୍ୟରୁ ନିବୃତ ରହିବେ । କିନ୍ତୁ ମାର୍ବଲ ଦେକାନୀ ସରକାରଙ୍କ ନିୟମକୁ ବେଖାତିରୀ କରି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ପାଟି ତୁଣ୍ଡ କରିବା ସହିତ ୨୦ରୁ ଉର୍ଦ୍ଧ ଶ୍ରମିକଙ୍କୁ ଏକତ୍ରିତ କରି ମାର୍ବଲ ଖାଲି କରୁଥିବାର ଦେଖା ଦେଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାରା ଦେଶରେ ଲକ ଡାଉନ ଲାଗୁ ହେବା ପରେ କିପରି ରାଜସ୍ଥାନରୁ ଉକ୍ତ ଗାଡିଟି ମାର୍ବଲ ଆଣି ନାଉଗାଁରେ ପହଁଚିଲା ଯାହାକୁ ନେଇ ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟରେ ନାଉଗାଁ ଥାନା ଏଏସଆଇ ଅଶୋକ ମହାନ୍ତି ଖବର ପାଇଁ ଘଟଣାସ୍ଥଳରେ ପହଂଚି ଗାଡିଟିକୁ ଅଟକାଇବା ସହ ଶ୍ରମିକମାନଙ୍କୁ ସେଠାରୁ ବିଦା କରିଥିଲେ । ଏ ବିଷୟକୁ ନେଇ ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ ।