ଲବଣ ସତ୍ୟାଗ୍ରହର କ୍ଲବ ଆନୁକୂଲ୍ୟରେ ୨୭ ଦିନ ବ୍ୟାପି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ ହୋଇଯାଇଛି
ବାଲେଶ୍ୱର, (ସରୋଜ ପଣ୍ଡା):ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ କ୍ରିକେଟ କ୍ଳବ ଆନୁକୂଲ୍ୟରେ ୨୭ ଦିନ ବ୍ୟାପି କ୍ରିକେଟ ଟୁର୍ନାମେଣ୍ଟର ଆୟୋଜିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଟିମ ଭାଗ ନେଇଥିଲେ। ଆଜି ଟୁର୍ନାମେଣ୍ଟର ଶେଷ ଦିନରେ ମୁଖ୍ୟ ଅତିଥି ଭାବରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇଥିଲେ। ତାଙ୍କ ସହ ନାରୀ ନେତ୍ରୀ ଶୋଭନା ମହାନ୍ତି,ବିଭୂତି ସେନାପତି,କୃଷ୍ଣ ଚନ୍ଦ୍ର ସାହା, ନିତୁନ କୁମାର ସାହା,ବିକ୍ରମ ବିଶ୍ବାଳ ଓ କାର୍ତ୍ତିକ ଦାସ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ଦାସ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଟିମ “ମା କାଳୀ ୧୧” ର ସମସ୍ତ ଖେଳାଳି ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ରନର୍ସ ଟିମର ଖେଳାଳି ମାନଙ୍କୁ ଆଗକୁ ଆହୁରି ଭଲ ଖେଳି ଆମ ଅଞ୍ଚଳର ନାମ ରଖିବା ପାଇଁ ପ୍ରେରଣା ଦେଇଥିଲେ। ଖେଳ ଏକ ଭାଇ ଚାରାର ଭାବ,ଏହା ଦ୍ବାରା ଯୁବକ ମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୁଏ, ଆମେ ଶାରୀରିକ ମାନସିକ ସ୍ତରରେ ସୁସ୍ଥ ରହୁ। ଏହିଭଳି ଏକ ଖେଳର ଆୟୋଜନ କରିଥିବାରୁ ଇଞ୍ଚୁଡି ଲବଣ ସତ୍ୟାଗ୍ରହର କ୍ଲବର ସମସ୍ତ ମେମ୍ବର ଯଥା ଅମ୍ପାୟର ଶୁଭ୍ରାଂଶୁ ଦାସ,ଚିନ୍ମୟ ପ୍ରଧାନ,ଗୁଣଧର ମଲ୍ଲିକ,ଅଶୋକ ଜେନା,ସୁଶାନ୍ତ କୁମାର ସେନ,ପ୍ରକାଶ ଜେନା,ସୁଧାଂଶୁ ବେହେରା,ସତ୍ୟବାନ୍ ଜେନା,ସମ୍ବିତ ମହାକୁଡ, କମଳ ଲୋଚନ ବେହେରା,କମଳାକାନ୍ତ ସେନା,ଶୁଭ୍ରାଂଶୁ ଦାସ,ରାଜେନ୍ଦ୍ର ବେହେରା,ସଞ୍ଜୀବ ମହାକୁଡ,ଶରତ କୁମାର ଜେନା,ପ୍ରଶାନ୍ତ ବାରିକ, ରଜତ କୁମାର ବେହେରା ଙ୍କୁ ଧନ୍ୟବାଦ୍ ଦେଇଥିଲେ।