ଲାଞ୍ଚା ନେବା ମହଙ୍ଗା ପଡିଲା

(ବ୍ରହ୍ମପୁର) ଲାଞ୍ଚନେଇ ଭିଜିଲାନସ ଦ୍ୱାରା ଗିରଫ ହୋଇଛନ୍ତି ବ୍ରହ୍ମପୁର ମହାନଗର ନିଗମର ବରିଷ୍ଠ କର୍ମଚାରୀ ଏ.ଲକ୍ଷ୍ମୀ ପ୍ରସାଦ ରାଓ । ସେ ମହାନଗର ନିଗମରେ ଅଫସ ଆସିଷ୍ଟାଣ୍ଡ ଭାବେ କାର୍ଯ୍ୟକରୁଥିଲେ । ମିଳିଥିବା ସୂଚନା ଅନୁସାରେ ଏକ ଦୋକାନର ମାଲିକାନା ବଦଳାଇବା ପାଇଁ ପ୍ରୋସେସିଂ ଫିସ୍ ବାବଦରେ୨୫ ହଜାର ଟଙ୍କା ନିଳାଚଂଳ ନାମକ ବ୍ୟକ୍ତିଙ୍କ ଠାରୁ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଥିଲେ । ସିଟି ହାଇସ୍କୁଲ ନିକଟରେ ଥିବା ଏକ ଦୋକାନର ମାଲିକାନା ବଦଳାଇବାପାଇଁ ଲକ୍ଷ୍ମୀ ପ୍ରସାଦ ପ୍ରଥମେ ୩୦ ହାଜାର ଟଙ୍କା ମାଗିଥିଲେ କିନ୍ତୁ ଏତେ ଟଙ୍କା ଦେବାପାଇଁ ନିଳାଚଂଳ ସେ ଅକ୍ଷମ ପ୍ରକାଶ କରିଥିଲେ । ମୁଲଚାଲ ପରେ ୨୫ ହଜାର ଟଙ୍କାରେ ଛିଣ୍ଡିଥିଲା । ଏହା ପରେ ସେ ଦୁର୍ନିତି ନିବାରଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଲକ୍ଷ୍ମୀ ପ୍ରସାଦ କିଛି ଦିନତଳେ ଚାକିରୀରୁ ଅବସର ନେଇଥିଲେ କିନ୍ତୁ ପୁଣି ଚାକିରୀରେ ନିୟୋଜିତ କରାଯାଇଥିଲା।   ଅନ୍ୟପଟେ ସେ ଗିରଫ ହେବାପରେ ତାଙ୍କ କାର୍ଯ୍ୟଳୟ ସମେତ ବିଭିନ୍ନ ଜାଗାରେ ଚଢାଉ ଜାରିରହିଥିବା କହିଛନ୍ତି ଭିଜିଲାନଓ ଏସ.ପି ମାୟାଧର ସ୍ୱାଇଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ