ଲାଞ୍ଜିୟା ସୌରାଙ୍କ ସ୍ଥାୟୀ ଜୀବିକାର ଉନ୍ନତି ପାଇଁ ଓପିଇଏଲଆଇପି ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ  କରାଯାଉ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଲାଞ୍ଜିୟା ସୌରାଙ୍କ ଜୀବିକାର ଉନ୍ନତି ଓପିଇଏଲଆଇପି ପ୍ରକଳ୍ପ ଦ୍ୱାରା ସମ୍ଭବପର ହୋଇପାରିଛି. ଗତ ୭ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ପ୍ରକଳ୍ପ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଓ ଗୁମ୍ମା ବ୍ଲକରେ ରହୁଥିବା ଲାଞ୍ଜିୟା ସୌରାଙ୍କ ବେଶ ବିକାଶ ହୋଇପାରିଛି. ତେଣୁ ଏହି ପ୍ରକଳ୍ପକୁ ସ୍ଥାୟୀ ଭାବେ ଗଜପତି ଜିଲ୍ଲାରେ ପୁଣି କାର‌୍ୟ୍ୟକ୍ଷମ କଲେ ଲାଞ୍ଜିୟା ସୌରାମାନଙ୍କ ସ୍ଥାୟୀ ଜୀବିକା ବିକାଶ ହେବ ବୋଲି ଗୁମ୍ମା ବ୍ଲକର ଅଜୟଗଡ, କୁଜାସିଙ୍ଗି ଓ ଭୁବନି ଗ୍ରାମ ପଞ୍ଚାୟତର ଆଦିମ ଜନଜାତିମାନେ ମିଳିତ ଭାବେ ଏକ ସ୍ମାରକ ପତ୍ର ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ ପ୍ରଦାନ କରିଛନ୍ତି. ଏହି ଜନଜାତିମାନେ ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଜଣେଇଛନ୍ତିଯେ, ଭୁବନି, କୁଜାସିଙ୍ଗି ଓ ଅଜୟଗଡ ତିନୋଟି ପଞ୍ଚାୟତର ୫୭ଟି ଗ୍ରାମରେ ୩୧୦୩ ପରିବାର ମାନଙ୍କର ୧୩୧୫୦ ଜଣ ହିତାଧିକାରୀଙ୍କୁ ନେଇ ଜୁଲାଇ ମାସ ୨୦୧୭ ମସିହା ଠାରୁ ଓପିଇଏଲଆଇପି ପ୍ରକଳ୍ପ ଆରମ୍ଭ ହୋଇଥିଲା ଓ ଗ୍ରାମ୍ୟ ଉନ୍ନୟନ କମିଟି ଗଠନ, ଏସଏଚଜି ଗଠନ, ତାଲିମ ଓ ସଶକ୍ତିକରଣ ଯୋଗୁଁ ସମସ୍ତ ପରିବାରରେ ସାମାଜିକ ଆର୍ଥିକ ଦୃଷ୍ଟିରୁ କ୍ରମାଗତ ଉନ୍ନତି ପରିଲିକ୍ଷିତ ହେଉଛି. ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ଜଳ ସେଚନ, ବିଶୁଦ୍ଧ ପାନୀୟ ଜଳ, ଗୋସମ୍ପଦ ସୁରକ୍ଷା ଓ ଉନ୍ନତି, ଆୟଜନିତ ପନ୍ଥା, ପକ୍କା ଘର ଯୋଜନା, ଗୋଷ୍ଠୀ ଗୃହ, ଖଳା, ଗୋଷ୍ଠୀ କାର‌୍ୟ୍ୟ ସ୍ଥଳ ଆଦିରେ ଆଖ୍ ଦୃଶ୍ୟା ଉନ୍ନତି ହେଉଛି । ଜଙ୍ଗଲ ଜମି ପଟ୍ଟା ମାଧ୍ୟମରେ ୫୨୫ ପରିବାର ଉପକୃତ ହୋଇଛନ୍ତି । ୧୫୦ ଏକର ଜମିରେ ବୋର ୱେଲ, ଝରଣା ମାଧ୍ୟମରେ ଜଳ ସେଚନ ସୃଷ୍ଟି କରାଯାଇ ଉତ୍ପାଦନ ଦୁଇ ଗୁଣା ବଢ଼ିଛି । ପନିପରିବା ଚାଷ ଦ୍ବାରା ୧୩୧୩ ଚାଷୀ ଉପକୃତ ହୋଇ ତାଙ୍କର ଆୟ ଦୁଇ ଗୁଣ ବଢ଼ିଛି । ତାଲିମ ମାଧ୍ୟମରେ କୃଷିରେ ଧାନ, ମାଣ୍ଡିଆ, ପନିପରିବା ଚାଷରେ ୧୩୭୫ ଏକରରେ ଚାଷୀ ପରିବାର ମାନଙ୍କୁ ଉପକୃତ ହୋଇପାରୁଛନ୍ତି । ଆୟ ଜନିତ ପନ୍ଥା କାର‌୍ୟ୍ୟକ୍ରମ ମାଧ୍ୟମରେ ୫୧୫ ପରିବାର ନିଜର ଭରଣପୋଷଣ କରିପାରିଛନ୍ତି । ଛେଳି ଓ କୁକୁଡ଼ା ପାଳନ ମାଧ୍ୟମରେ ୨୭୫୫ ପରିବାର ନିଜର ଗୋସମ୍ପଦ ଉତ୍ପାଦନକୁ ସୁରକ୍ଷିତ ଓ ଲାଭବାନ ହୋଇପାରିଛନ୍ତି ଓ ତେଣୁ ଲାଞ୍ଜିୟା ସୌରା ଜନଜାତିଙ୍କର ସ୍ଥାୟୀ ସର୍ବବିଧ ଉନ୍ନତି ଓ ବିକାଶ ପାଇଁ ପୁଣି ଓପିଇଏଲଆଇପି ପ୍ରକଳ୍ପକୁ କାର‌୍ୟ୍ୟକ୍ଷମ କରିବା ପାଇଁ ଅନୁରୋଧ ଜଣାଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ