ଲାୟନ୍ସ କ୍ଲବ ଇଣ୍ଟରନ୍ୟାସାନଲ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଓ ସମ୍ବର୍ଦ୍ଧନା ସଭା
ଭୁବନେଶ୍ୱର,( ଯୁଗାବ୍ଦ ନ୍ୟୁଜ) : ‘ଲାୟନ୍ସ କ୍ଲବ ଇଣ୍ଟରନ୍ୟାସନାଲ ଡ଼ିଷ୍ଟ୍ରିକ୍ଟ ୩୨୨ ସି୪’ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଭାରତୀୟ ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରି କହିଲେ ଯେ, ଲାୟନ୍ସ କ୍ଲବ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୨ ସି୪ର ସଦସ୍ୟମାନେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ବିପନ୍ନ ଲୋକଙ୍କୁ ଭେଟି ସେମାନଙ୍କୁ ସହାୟତାର ହାତ ବଢାଇବା ଓ ବିଭିନ୍ନ ବୃଦ୍ଧାଶ୍ରମ ଗସ୍ତ କରି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରି ସେମାନଙ୍କ ସହ ସମୟ ବିତାଇବା ଓ ସେବା ମନୋବୃତ୍ତି ନେଇ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରି ଓଡ଼ିଶା ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ସେଥିପାଇଁ ମୁଁ ବହୁତ ଆନନ୍ଦିତ ଏବଂ କ୍ଳବର ଏଭଳି କାର୍ଯ୍ୟକ୍ରମ ପାଇଁ ସେ ସମସ୍ତ ଲାୟନ୍ସମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି, ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷା ପରିଷଦର ସଚିବ ପ୍ରଫେସର ବାଇଧର ପ୍ରଧାନ ଓ ସମାଜସେବୀ ସୌରୀ ସଚିନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ବିଶ୍ୱନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ୩୦୦ରୁ ଉଦ୍ଧ୍ୱର୍ ଲାୟନ୍ସମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ଲାୟନ ରେବତୀ ସ, ଲାୟନ ଦେବେନ୍ଦ୍ର ଦାଶ, ଲାୟନ ଅଞ୍ଜଳି ମହାପାତ୍ରଙ୍କୁ ସଭାପତି ମେଡ଼ାଲ ପ୍ରଦାନ କରାଯାଇଥିବା ବେଳେ ଲୟନ ସଂଯୁକ୍ତା ପତ୍ରି, ଲାୟନ ସୁରେଶ ପାଢୀ, ଲାୟନ ଏ.କେ.ସାରଦାଙ୍କୁ ଲିଡ଼ରସିପ୍ ମେଡ଼ାଲ ପ୍ରଦାନ କରାଯାଇଥିଲା । ସମସ୍ତ କ୍ୟାବିନେଟ ସଦସ୍ୟ, ଜିଲ୍ଲା କମିଟି ସଦସ୍ୟ ଓ ଲାୟନ୍ସ କ୍ଲବ ଇଣ୍ଟରନ୍ୟାସନାଲ ୩୨୨ସି୪ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ପରି•ଳନାରେ ସହଯୋଗ କରିଥିଲେ । ସର୍ବଶେଷରେ ଲାୟନ ରେବତୀ ସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।