ଲାୟନ୍ସ କ୍ଲବ ବରଗଡ଼ ର ସାଧାରଣ ସଭା ନୂତନ ସଭାପତି ଙ୍କ ସପଥ ଗ୍ରହଣ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଶନିବାର ଦିନ ସ୍ଥାନୀୟ ହୋଟେଲ ଗଣପତି ସମ୍ମିଳନୀ କକ୍ଷରେ ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି !ଲାୟନ୍ସ କିଶନ ଲାଲ ଅଗ୍ରୱାଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ ଓମ୍ ପ୍ରକାଶ ଲାଠ ଓ ଡାକ୍ତର ସ୍ବାଧିନ ଶର୍ମା ଯୋଗଦେଇ କ୍ଲବ ର ବିଭିନ୍ନ କାର୍ଯ୍ୟକ୍ରମ ରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ !ସଂପାଦକ ଲାୟନ୍ସ ଅଭୟ କୁମାର ଭୋଇ ଗତ ୩ ମାସର ବିବରଣୀ ପାଠ କରିଥିଲେ !ଗତ ଫେବୃଆରୀ ମାସରେ ପୂର୍ବତନ ସଭାପତି ଲାୟନ୍ସ ସୁବାଷ ଅଗ୍ରୱାଲ ଙ୍କ ଦେହାନ୍ତ ପରେ ରିକ୍ତ ଥିବା ସଭାପତି ପଦ ପାଇଁ ଲାୟନ୍ସ ମନୋଜ ମହାପାତ୍ର ଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା ଓ ଲାୟନ୍ସ ପ୍ରଦୀପ ତୟାଲ ସପଥ ପାଠ କରାଇଥିଲେ ! ସ୍ବର୍ଗତ ଅଗ୍ରୱାଲ ଙ୍କ ଆତ୍ମା ର ଶଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା !ନୂତନ ସଭାପତି ତାଙ୍କର ଅଭିଭାଷଣରେ ଲାୟନ୍ସ ହସ୍ପିଟାଲ ଓ ଜମୁର୍ଡା ନିକଟସ୍ଥ କୁଷ୍ଟାଶ୍ରମ ର ଉନ୍ନତି ମୂଳକ କାର୍ଯ୍ୟରେ ସହଯୋଗ କରିବାକୁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ !ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅମରଜିତ୍ ସିଂ, ରାମ ଗୋପାଳ ଶର୍ମା, ଆୟୁଷ ଗୁପ୍ତା,ମହେଶ ଅଗ୍ରୱାଲ, ଜୟନ୍ତୀ ବେହେରା, ପ୍ରତାପ ନାୟକ, ବିନୋଦ ଜିନ୍ଦଲ, ରମେଶ କୁମାର ବର୍ମା, ଶୁଶାନ୍ତ ତ୍ରିପାଠୀ,ସିଏମ ରାଓ ସଂଜୟ ମେହେର, ବିକାଶ ଅଗ୍ରୱାଲ,ସଂଜୟ ମିତ୍ତଳ ଓ ଆହୁରି ଅନେକ ଯୋଗଦାନ କରିଥିଲେ !