ଲାୟନ୍ସ କ୍ଲବ ଭୁବନେଶ୍ୱର ନୟାପଲ୍ଲୀର ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ସରକାରଙ୍କର ଜିଲ୍ଲା ଶିଶୁ ଅଧିକାରୀଙ୍କ ନିୟମାବଳୀ ଅନୁସାରେ ‘ଅମୃତ କା ମହୋତ୍ସବ’କୁ ୧୬ ଓ ୧୭ ଅଗଷ୍ଟ ୨୦୨୨ ଦୁଇଦିନ ଧରି ବିଭିନ୍ନ ଶିଶୁଗୃହରେ ପାଳନ କରାଯାଇଛି । ଉକ୍ତ ଦୁଇଦିନରେ ଲାୟନ୍ସ କ୍ଲବ ନୟାପଲ୍ଲୀର ସଭାପତି ଟି. ରବିକୁମାର ପାତ୍ର, ଅନେକ ସଭ୍ୟ ଓ ଓଡ଼ିଶା ସରକାରଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଆଶ୍ରୟ, ପ୍ରତିଭା, ସୁଭଦ୍ରା ମହତାବ, ଜୀବନଜ୍ୟୋତି, ଆମ ଗୃହ, ଦିବ୍ୟଜ୍ୟୋତି ଏବଂ ଆଦୃତ ପ୍ରମୁଖ ଶିଶୁଗୃହମାନଙ୍କରେ ସହସ୍ରାଧିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପାଦନ କରିଛନ୍ତି । ଦ୍ୱିତୀୟ ଦିନରେ ବାଣୀଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତି ସଭ୍ୟମାନଙ୍କୁ ଉତ୍ସାହିତ କରିଥିଲା । ସେ ଆମଗୃହ ଅନ୍ତେବାସୀ ଶିଶୁଙ୍କ ଗହଣରେ ସ୍ୱଚ୍ଛତା ଅଭିଯାନର ଶପଥ ପାଠ କରାଇଥିଲେ । ଏଥିସହିତ ସରକାରଙ୍କର ସୂଚନା ଅନୁଯାୟୀ ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗିତା ଏବଂ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ କରିବା ପାଇଁ କ୍ଲବର ସଭାପତି ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଲାୟନ ପ୍ରଦୀପ୍ତ ମହାନ୍ତି, ମଧୁସୂଦନ ଦାସ, କୁନାଲ କିଶୋର ଦାସ, ପରଭେଜ ଖାନ, ନିକୁଞ୍ଜ ଷଡ଼ଙ୍ଗୀ, ଦେବସ୍ମିତା ମିଶ୍ର ଓ ପ୍ରମୋଦ ପାତ୍ର ପ୍ରମୁଖ ସଭ୍ୟମାନଙ୍କର ସହଯୋଗ ପାଇଁ ସଭାପତି ଲାୟନ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ