ଲାୟନ୍ସ ଚକ୍ଷୁ ଚିକିତ୍ସାଳୟରେ ଗଣତନ୍ତ୍ର ଦିବସ ପାଳିତ
ଭୁବନେଶ୍ୱର-: ଆଇଆରସି ଭିଲେଜସ୍ଥିତ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟରେ ୭୧ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଟ୍ରଷ୍ଟର ଚେୟାରମ୍ୟାନ ଲାୟନ ଇଂ ବିପିନ ବିହାରୀ ନାୟକ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମ୍ୟାନେଜିଙ୍ଗ କମିଟିର ଚେୟାରମ୍ୟାନ ଲାୟନ ସୁଧାଂଶୁ କୁମାର ମହାନ୍ତି ଏହି ଦିବସ ଉପରେ ସମ୍ୟକ ଆଲୋକପାତ କରିଥିଲେ । ଲାୟନ୍ସ କ୍ଲବର ସଭାପତି ଲାୟନ ରାମପ୍ରସାଦ ପାତ୍ର, ସମ୍ପାଦକ ଲାୟନ ଇଂ ସିଦ୍ଧାର୍ଥ ମହାନ୍ତି, ସମ୍ପାଦକ ଲାୟନ ତପନ ହରିଚନ୍ଦନ ଏବଂ ବହୁ ସଦସ୍ୟ ଯୋଗଦାନ କରିଥିଲେ । ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାଃ ପ୍ରସନ୍ନ କୁମାର ମହାନ୍ତି ଏବଂ ଚିକିତ୍ସାଳୟର ସମସ୍ତ କର୍ମକର୍ତ୍ତା ଅଂଶଗ୍ରହଣ କରି ଗଣତନ୍ତ୍ର ଦିବସକୁ ଉତ୍ସାହର ସହ ସାଫଲ୍ୟ ମଣ୍ଡିତ କରିଥିଲେ ।