ଲାୟନ୍ସ ଜିଲ୍ଲା ୩୨୨ ସି୪ର ଅଧିଷ୍ଠାନ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଆନ୍ତର୍ଜାତିକ ଲାୟନ୍ସ ସଂଘ ସହ ଅନୁବନ୍ଧିତ ଓଡ଼ିଶାର ଅନ୍ୟତମ ଲାୟନ୍ସ ଜିଲ୍ଲା ୩୨୨ ସି୪ର ଅଧିଷ୍ଠାନ ଦିବସ ଆଜି ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସିଲେନ୍ସିର ସମ୍ମିଳନୀ କକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅଧିଷ୍ଠାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆନ୍ତର୍ଜାତିକ ଲାୟନ୍ସ କ୍ଲବର ପୂର୍ବତନ ନିର୍ଦ୍ଦେଶକ ଲାୟନ ଶ୍ରୀ ବିନୋଦ ଖାନ୍ନା ଯୋଗଦାନ କରି ନୂତନ ବର୍ଷର ନୂତନ କର୍ମକର୍ତ୍ତାମାନଙ୍କୁ ପାରମ୍ପରିକ ରୀତିରେ ଅଧିଷ୍ଠିତ କରାଇଥିଲେ ।ଲାୟନ ଜିଲ୍ଳା ୩୨୨ ସି୪ର ମୁଖ୍ୟ ତଥା ଗଭର୍ଣ୍ଣର ଡଃ ପ୍ରଦୀପ କୁମାର ପଣ୍ଡା ଉପସ୍ଥିତ ଲାୟନ୍ସ ଲିଡ଼ର ତଥା ଅତିଥିବର୍ଗଙ୍କୁ ସ୍ୱାଗତ କରିବା ପରେ ୨୦୧୯-୨୦ ଲାୟନ୍ସ ବର୍ଷ ପାଇଁ ଧାର‌୍ୟ୍ୟ ଲକ୍ଷ୍ୟ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ । ଏହା ବ୍ୟତୀତ ସମାଜର ଦଳିତ, ଅବହେଳିତବର୍ଗଙ୍କ ନିଃସ୍ୱାର୍ଥପର ସେବାରେ ନିଜକୁ ନିୟୋଜିତ କରି ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ଲାୟନ୍ସ ଜିଲ୍ଲାର ପ୍ରଥମ ଉପ ଗଭର୍ଣ୍ଣର ଲାୟନ ଶ୍ରୀ ହରିହର ଦାସ ଓ ଦ୍ୱିତୀୟ ଉପଗଭର୍ଣ୍ଣର ଲାୟନ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢୀ ନିଜ ନିଜର ବକ୍ତବ୍ୟ ରଖିଥିଲେ ।ଅଧିବେଶନର ଦ୍ୱିତୀୟ ପର‌୍ୟ୍ୟାୟରେ ଗଭର୍ଣ୍ଣର ଡଃ ପଣ୍ଡାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଅନରାରୀ କମିଟିର ମୁଖ୍ୟ ଲାୟନ ଡଃ ପି.କେ. ତ୍ରିପାଠୀ କ୍ୟାବିନେଟର ନୂତନ ନେତୃବର୍ଗଙ୍କୁ ସ୍ୱାଗତ ସମ୍ଭାଷଣ ଦେଇଥିଲେ । କ୍ୟାବିନେଟ ସେକ୍ରେଟାରୀ ଲାୟନ ସୁରେଶ ଚନ୍ଦ୍ର ପାଢୀ ଜିଲ୍ଲାର ସବିଶେଷ ବିବରଣୀ ପାଠ କରିଥିଲେ । ଜିଲ୍ଲା କୋଷାଧ୍ୟକ୍ଷ ଲାୟନ ଶ୍ରୀମତୀ ଅଞ୍ଜଳି ମହାପାତ୍ର ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଥିଲେ । ଲାୟନ ଜିଲ୍ଲାର ଲୋକ ସମ୍ପର୍କ ଅଧିକାରୀ ଲାୟନ ଶିଶିର କୁମାର ଦାସ, ଏଲ୍.ସି.ଏଫ୍.ଆଇ. ସଞ୍ଚାଳକ ଲାୟନ ଉମାଶଙ୍କର ପଟ୍ଟନାୟକଙ୍କ ବ୍ୟତୀତ ଜି.ଏଲ୍.ଟି. ସଞ୍ଚାଳକ ଲାୟନ ଡଃ ଭଗବାନ ଜୟସିଂହ ଜି.ଏ.ଏସ୍.ଟି. ସଞ୍ଚାଳକ ଇଞ୍ଜିନିୟର ସୁକାନ୍ତ ଚନ୍ଦ୍ର ଦାଶ, ଜି.ଏମ୍.ଟି ସଞ୍ଚାଳକ ଲାୟନ ଡଃ ସୁରେଶଚନ୍ଦ୍ର ସାହୁ ନିଜ ନିଜର ଭୂମିକା ବିଷୟରେ ଅବଗତ କରାଇଥିଲେ । ଏହି ଉତ୍ସବ ଅବସରରେ ନନନିର୍ବାଚିତ କ୍ଲବ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷମାନଙ୍କୁ ଏହି ତାଲିମ ଶିବରରେ ତାଲିମ ଦିଆଯାଇଥିଲା । ଜିଲ୍ଲାର ପୂର୍ବତନ ଗଭର୍ଣ୍ଣର ତଥା ଲାୟନ ଡଃ ଇ.ପି. ରାଓ, ଶ୍ରୀ ନିକୁଞ୍ଜ ଛୋଟରାୟ ଓ ଶ୍ରୀମତୀ ଅମିତା ଜେନା ତାଲିମ ପ୍ରଦାନ କରିଥିଲେ । ସଭା ଶେଷରେ କ୍ୟାବିନେଟ ସେକ୍ରେଟାରୀ ଶ୍ରୀ ସୁରେଶ କୁମାର ପାଢୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ