ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ଚୌଦ୍ଵାର ଜାଗରଣ ମଞ୍ଚ 

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଚୌଦ୍ଵାର ଜାଗରଣ ମଞ୍ଚର ୧୨ ଘଣ୍ଟା ବନ୍ଦ ଡାକରା କୁ ଚୌଦ୍ଵାର ର ସ୍ଥାନୀୟ ବାସିନ୍ଦା , ବ୍ୟବସାୟ ସଂଘ, ସାମ୍ବାଦିକ , ସ୍ଵେଚ୍ଛାସେବୀ ଓ କିଛି ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ମିଳିତ ସହଯୋଗ ରେ ପ୍ରମୁଖ ଏକତ୍ରିତ ହୋଇ ଜାଗରଣ ମଞ୍ଚ ମାଧ୍ୟମରେ ବନ୍ଦ ଡାକରା ଦେଇଥିଲେ । ଚୌଦ୍ଵାର ଥାନା ଅଧିକାରୀ ଘଟଣା ରେ ହସ୍ତଖେପ କରି ଜାତୀୟ ରାଜପଥ କାମ କରୁଥିବା ଗାୟତ୍ରୀ ଠିକା କମ୍ପାନୀ ସହିତ ଜାଗରଣ ମଞ୍ଚର ବରିଷ୍ଠ କର୍ମକର୍ତ୍ତା ଙ୍କ ସହିତ ଏକ ଆଲୋଚନା କରାଯାଇ ୧୫ ଦିନ ମଧ୍ୟରେ ପୁରୁଣା ରାସ୍ତା କୁ ମରାମତି କରିବା ସହ ଚାଲିଥିବା କାର୍ଯ୍ୟକୁ ଛ ମାସ ଭିତରେ ଶେଷକରିବା ପାଇଁ ଗାୟତ୍ରୀ ଠିକା ସଂସ୍ଥାର ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ବିମଲ ମହାନ୍ତି , ଲୋକସଂପର୍କ ଅଧିକାରୀ କୈଳାସ ଚନ୍ଦ୍ର ସାହୁ, ଇଂଜିନିୟର ଅମର ଦାସ ଏକ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିଥଲେ ଜାଗରଣ ମଞ୍ଚ କର୍ମକର୍ତା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ