ଲିଙ୍ଗ ଭିତ୍ତିକ ସାମାଜିକ ସମତା “ବର୍ଣ୍ଣଳୀ” କାର୍ଯ୍ୟକ୍ରମ ଅନୁଷ୍ଠିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଭଂଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଲିଙ୍ଗ ଭିତ୍ତିକ ସାମାଜିକ ସମତା “ବର୍ଣ୍ଣଳୀ” ଅନୁଷ୍ଠିତ ହୋଇଯାଇଛି I ଚଳିତ ମାସ ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତାଲିମ ଶିବିରରେ ବାରିପଦା ବ୍ଲକ ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଇତିହାସ ଓ ନଗରବିଜ୍ଞାନ ପଢ଼ାଉଥିବା ମୋଟ ୬୩ ଜଣ ଶିକ୍ଷକ / ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ I ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା I ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ, ବ୍ରଜମୋହନ ମୁର୍ମୁ ଓ ଡଃ ସ୍ନେହଲତା ବେହେରା ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I ଏହି ଶିବିରରେ ୬ଷ୍ଠ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଲିଙ୍ଗଗତ ଭେଦଭାବକୁ ଦୂରକରି କିପରି ଲିଙ୍ଗଗତ ସମାନତା ସୃଷ୍ଟି କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା I ଶିକ୍ଷାଦାନ ପାଇଁ ଏହା ପ୍ରଯୁଜ୍ୟ ବୋଲି ଶ୍ରୀ ପ୍ରଧାନ ଜଣାଇଛନ୍ତି I ଶେଷରେ ସମସ୍ତ ଅଂଶଗ୍ରହଣକାରୀ ଶିକ୍ଷକ / ଶିକ୍ଷୟତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମର ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସିପ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ I