ଲିଭରପୁଲ୍ ପ୍ରିନ୍ସ୍ ଡକ୍ରେ ହିରୋ ଚ୍ୟାଲେଞ୍ଜ୍ ସମ୍ପନ୍ନ ହେବ
ହିରୋ ଚ୍ୟାଲେଞ୍ଜ୍-୨୦୧୯ ପୁଣି ଥରେ ନେଇ ଆସିଛି ଆନନ୍ଦ ଉତ୍ସାହର କ୍ଷଣ । ଇଂଲଣ୍ଡର ଲିଭରପୁଲ୍ ୱାଟର ପ୍ରିନ୍ସ୍ ଡକ୍ରେ ଏହି ଗଲ୍ଫ ନାଇଟ୍ କଂଟେଷ୍ଟ ଅନୁଷ୍ଠିତ ହେବ । ବିଶ୍ୱର ଖ୍ୟାତି ସମ୍ପନ୍ନ ଗଲ୍ଫର କଂଟେଷ୍ଟରେ ଅଂଶଗ୍ରହଣ କରିବେ । ଏଥି ପାଇଁ ପ୍ରଶଂସକଙ୍କୁ ମାଗଣା ଟିକେଟ ଦିଆଯିବ । ଏହା ୨୦୧୯ ମଇ ୭ ମଙ୍ଗଳବାର ସନ୍ଧ୍ୟାରେ ଲଷ୍ଟଇନ୍ ଟିଭି ଡଟ୍ କମ୍ରେ ଅନୂଷ୍ଠିତ ହେବ । ମଇ ୯-୧୨ ହିଲ୍ ସାଇଡ୍ ଗଲ୍ଫ କ୍ଲବ୍ରେ ବେଟ୍ଫ୍ରେଡ୍ ବ୍ରିଟିଶ୍ ମାଷ୍ଟର ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଲିଭରପୁଲ୍ ୱାଟର ପ୍ରିନ୍ସ୍ ଡକ୍ରେ ଏହି ଗଲ୍ଫ ନାଇଟ୍ କଂଟେଷ୍ଟ ଅନୁଷ୍ଠିତ ହେବ । ଏଠାରେ ୫ ବିଲିୟନ୍ ପାଉଣ୍ଡ ବ୍ୟୟରେ ମନୋରମ୍ ୱାଟରପ୍ରଂଟ୍ ବିକଶିତ କରାଯାଇଛି । ୨୦୧୬ରେ ବ୍ରିଟିଶ୍ ମାଷ୍ଟର ସଫଳତାର ସହିତ ଖେଳା ଯାଇଛି । ହିରୋ ମୋଟୋକର୍ପ ପକ୍ଷରୁ ୨୦୧୮ରେ ଆମେରିକାଠାରେ ମାଷ୍ଟର ଟୁର୍ଣ୍ଣାମେଂଟ୍ ଚମ୍ପିଆନ୍ଶିପ୍ରେ ପ୍ୟାଟ୍ରିକ୍ ରିଡ୍ ବିଜେତା ହୋଇଥିବାବେଳେ, ସୁଇଡିଶ୍ ମେଜର୍ରେ ହେରନିକ୍ ଷ୍ଟେନସନ୍ ବିଜେତା ହୋଇଥିଲେ । ସେହିପରି ଇଂଲଣ୍ଡର ୱାନ୍ ଲି ୱେଷ୍ଟଉଡ୍ ମଧ୍ୟ ବିଜୟୀ ହୋଇଥିଲେ । ଏହି ଅବସରରେ ହିରୋମୋଟୋ କର୍ପ ଲିଃ.ର ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୱନ ମୁଞ୍ଜଲ୍ କହିଲେ, “ ହିରୋ ମୋଟୋକର୍ପ ଚ୍ୟାଲେଞ୍ଜ୍ ଏକ ଅନ୍ୟ ପ୍ରୟାସ । ଏହା ଦ୍ୱାରା ପେଶାଦାରଙ୍କ ସହିତ ସମ୍ପର୍କ ଯୋଡିବା ସହିତ ଦେଶର ଭବିଷ୍ୟତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ଜାରି ରହିଛି । ଯୁବ ଗଲ୍ଫ ପ୍ରତିଭା ମାନଙ୍କର ସୃଜନଶୀଳତା ଅନୁସାରେ ନିଜର ଦକ୍ଷତା ପ୍ରତିପାଦିତ କରି ଲିଭରପୁଲ୍ ୱାଟର ପ୍ରିନ୍ସ୍ ଡକ୍ରେ ନିଜର ଉକ୍ରର୍ଷତା ପ୍ରତିପାଦିତ କରିପାରିବେ । ବେଟ୍ଫ୍ରେଡ୍ ବ୍ରିଟିଶ୍ ମାଷ୍ଟର-୨୦୧୯ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଏହା ସମ୍ପନ୍ନ ହେବ । ଏହି ଅବସରରେ ଇୟୁରୋପିଆନ୍ ଟୁର୍ ଏକ୍ସିକ୍ୟୁଟିଭ୍ କେଇଥ୍ ପିଲେ କହିଲେ, “ ହିରୋ ମୋଟୋକର୍ପ ଚ୍ୟାଲେଞ୍ଜ୍ ଏବେ ପେଶାଦାର ତଥା ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ଏହା ପ୍ରଥମ ସଂସ୍କରଣ ୨୦୧୬ରେ ଆରମ୍ଭ ହୋଇଥିଲା । ଲି ଲ୍ୟାଣ୍ଡ୍ ଏବଂ ପ୍ରପେଟି ଲିଭର ପୁଲ୍ରେ ଏହାର ଆୟୋଜନ ପାଇଁ କରିଥିବା ପ୍ରୟାସ ବେଶ୍ ସ୍ୱାଗତ ଯୋଗ୍ୟ । ପୱନ ମୁଞ୍ଜଲଙ୍କର ମଧ୍ୟ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି । ଏହି ଅବସରରେ ଲିଭର ପୁଲ୍ ସହକାରୀ ମ୍ୟାନେଜର ଲିଜା ମାରକୋ କହିଲେ, “ ଏକ ଉଦ୍ଦିପନା ଭରା ବିଶ୍ୱସ୍ତରୀୟ ପ୍ରତିଯୋଗିତା ଲିଭର ପୁଲ୍ରେ ଆୋୟାଜିତ ହେବ । ଏଠାକାର ପରିବେଶ ପେଶାଦାର ତଥା ଦେଖରାହାରୀଙ୍କୁ ବେଶ୍ ଆମୋଦିତ କରିବାର ଆଶା ରହିଛି ।”