ଲୋକଙ୍କୁ ମିଳୁନି ଔଷଧ,ଏପଟେ ପୋତାଯାଉଛି ଏକ୍ସପାଏରୀ ମେଡିସିନ୍

ହାଟଡ଼ିହି, : ସରକାର ବିଭିନ୍ନ ଯୋଜନାରେ ଡାକ୍ତରଖାନା ମାନଙ୍କୁ ମାଗଣାରେ ଔଷଧ ବଣ୍ଟନ ପାଇଁ ଯୋଗାଇ ଦେଉଥିବାବେଳେ କିଛି କର୍ମଚାରୀ ମାନଙ୍କ ପାଇଁ ଔଷଧ ବଣ୍ଟନ କରାନଯାଇ ଫୋପଡା ହେଉଥିବା ଦେଖିବାକୁ ମିଳିଛି । ସଡଙ୍ଗ କଲେଜ ପଛପାଖ ଡିମିରିଆ ପଡିଆ ନିକଟରେ କେହି ଗୋଟେ ମଣିଷ ମାରି ପୋତି ଦେଇଛି ବୋଲି ଏକ ଗୁଜବ ପ୍ରଚାର ହୋଇଥିଲା । ଖବରପାଇ ନନ୍ଦିପଦା ପୁଲିସ ମାଜିଷ୍ଟେଟଙ୍କ ସହିତ ଯାଇ ଖୋଳିଲା ବେଳକୁ ତାହା ଏକ୍ସପାଏରୀ ଔଷଧ ବୋଲି ଜଣାପଡିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ୫-ଟି ନିତୀକୁ ସମାଲୋଚନା କରିଥିଲେ । ସରକାର ରୋଗୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଡାକ୍ତରଖାନା କର୍ତ୍ତୁପକ୍ଷ ରୋଗୀ ମାନଙ୍କୁ ଔଷଧ ନଦେଇ ଏପରି ପୋତି ଦେବା କେତେଦୁର ଯଥାର୍ଥ ତାହାକୁ ନେଇ ଗ୍ରାମବାସୀମାନେ ଏହାର ତଦନ୍ତ ଦାବି କରିଛନ୍ତି । ଖବରରୁ ଜଣାଯାଇଛି ଯେ,   କଲେଜ ପଛପାଖ ପଡିଆରେ ଏକ ଶବ ପୋତାଯାଇଥିବା ଖବର ଚାରିଆଡେ ବ୍ୟାପି ଯାଇଥିଲା । ଶହଶହ ଲୋକ ଘଟଣା ସ୍ଥଳରେ ରୁଣ୍ଡ ହୋଇଯାଇଥିଲେ । ମେସିନି ସାହାଯ୍ୟରେ ଗାତ ଖୋଳାଯାଇ ପୋତାଯାଇଥିବା ଦେଖି ସାଧାରଣ ଲୋକଙ୍କ ମନରେ ମଧ୍ୟ ସନ୍ଦେହ ଦୃଢ଼ିଭୁତ ହୋଇଥିଲା । ଖବରପାଇ ନନ୍ଦିପଦା ଥାନା ଆଇ.ଆଇ.ସି ମାନସ କୁମାର ସ୍ୱାଇଁ, ଏସ.ଆଇ ଅରୁପ ସାମଲ, ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଏକ ମେସିନ ଆଣି ଉକ୍ତ ସ୍ଥାନକୁ ଖୋଳିବାପରେ ସେଥିରୁ ପ୍ରଚୁର ଏକ୍ସପାଏରୀ ମେଡିସିନି ବାହାରି ଥିଲା । ପୁଲିସ କିଛି ଔଷଧକୁ ଜବଦ କରି ଅବଶିଷ୍ଟକୁ ସେହିଠାରେ ହିଁ ପୋତି ଦେଇଥିଲା । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ, ଏତେ ପରିମାଣର ଔଷଧ ଏଠାକୁ କିପରି ଆସିଲା ଓ କିଏ ଆଣି ପୋତିଲା । ପୋତାଯାଇଥିବା ଔଷଧ ଡାକ୍ତରଖାନାକୁ ଯୋଗା ଯାଉଥିବା ସରକାରୀ ଔଷଧ ନା ଦୋକାନୀଙ୍କ ପାଖରେ ବିକ୍ରୀହୋଇ ବଳିପଡୁଥିବା ଔଷଧ । ଏନେଇ ତଦନ୍ତ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ଏନେଇ ଥାନା ଆଇଆଇସିଙ୍କୁ ପଚାରିବାରେ ଏହି ମେଡିସିନିକୁ ପରୀକ୍ଷା କରିବାପରେ ଯାହା ଜଣାପଡିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ