ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଏବଂ ଏନଏସି ପକ୍ଷରୁ ସ୍ଥାନୀୟ ଷ୍ଟାଡିଅମ ପରିସର ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦୃଶ୍ୟ ବଡ଼ ଏଲଇଡି ସ୍କ୍ରିନ୍ ମାଧ୍ୟମରେ ସିଧାସଳଖ ପ୍ରସାରିତ ଦେଖିବାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ବହୁ ମିଶନ ଶକ୍ତି ର ମହିଳା, ଶ୍ରଦ୍ଧାଳୁ ଏବଂ ଛତ୍ରପୁର ବ୍ଲକ ଓ ଏନଏସି ର ଜନସାଧାରଣ ମାନେ ଏହି ଲୋକାର୍ପଣ ଉତ୍ସବକୁ ସିଧା ସଳଖ ଦେଖିବାର ସୁଯୋଗ ପାଇଛନ୍ତି । ଯେଉଁ ଜଗନ୍ନାଥପ୍ରେମୀମାନେ ପୁରୀ ଯାଇପାରି ନାହାନ୍ତି ସେମାନେ ଏଠି ରହି ଏହି ଭବ୍ୟ ଆଧ୍ୟାତ୍ମିକ ଦୃଶ୍ୟ କୁ ଦେଖିପାରିଛନ୍ତି । ପ୍ରକଳ୍ପର ବିଶେଷତ୍ତ୍ବ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବା ସକାଶେ ଏହି ବିକଳ୍ପ ବ୍ୟବସ୍ଥା କରାଯାଇଛି । ଶହ ଶହ ଶ୍ରଦ୍ଧାଳୁ ଏହି ଭବ୍ୟ ଦୃଶ୍ୟ ଦେଖିବା ସହ ପ୍ରସାଦ ମଧ୍ୟ ସେବନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ. ଶାରଦା ରେଡ୍ଡୀ, 20ନଂ ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲର ଦେବାଶିଷ ମିଶ୍ର,ସନ୍ତୋଷୀ ସେଠି, ପ୍ରୀତିଛନ୍ଦା ସାମଲ,ମମତା ପାତ୍ର ଓ ସୁମନ୍ତ ନାହାକ, ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ସମ୍ବିତ ସଂଗ୍ରାମଜିତ ସାହୁ,ଛତ୍ରପୁର ବ୍ଲକର ଫାଇନାନ୍ସ ଅଫିସର ଗିରିଶ ଚନ୍ଦ୍ର ମହାରଣା, ମିଶନଶକ୍ତି ର ବିପିଏମ ସନାତନ ସାହୁ ଙ୍କ ସମେତ ବହୁ ଜନପ୍ରତି ମାନେ ଉପସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପୂଜାର୍ଚ୍ଚନା କରି ଏହାର ଶୁଭାରମ୍ଭ କରିଥିଲେ,ଏହାକୁ ଉଭୟ ବ୍ଲକ ଏବଂ ଏନଏସି ର ଅଧିକାରୀ ଓ କର୍ମଚାରୀମାନେ ସଠିକ ପରିଚାଳନା ନିମନ୍ତେ ସଂଯୋଜନା କରିଥିଲେ । ଜଗତର ନାଥଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି ଭାବର ପରିପ୍ରକାଶରେ ଏହା ବେଶ୍‌ ସହାୟକ ହୋଇପାରିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ