ଲୋକ ଅଦାଲତରେ ୮୨୯ ମାମଲା ଫଇସଲା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର କୋର୍ଟ ପରିସରରେ ଶନିବାର ଦିନ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଜର୍ଜ ତଥା ତାଲୁକା ଆଇନ ସେବା କମିଟିର ଅଧ୍ୟକ୍ଷ ଦେବଦତ୍ତ ପଟ୍ଟନାୟକଙ୍କ କୋର୍ଟରେ ୧୪ଟି ମୋଟର ଜନିତ ଦୁର୍ଘଟଣା ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦରେ ମୋଟ ୯୦, ୦୦, ୦୦୦/- ଟଙ୍କା ପ୍ରଦାନ କରିବାକୁ ଏଡିଜେ ଶ୍ରୀ ପଟ୍ଟନାୟକ ବିଭିନ୍ନ ବୀମା କମ୍ପାନିକୁ ନିର୍ଦେଶ ଦେଇଥିଲେ। ଏଡିଜେଙ୍କ କୋର୍ଟରେ ଲୋକ ଅଦାଲତ ବେଂଚ ସଦସ୍ୟ ଡ଼. ପୁର୍ଣଚନ୍ଦ୍ର ତ୍ରିପାଠୀ ଓ ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ତାଲୁକା ଆଇନ ସେବା କମିଟି ସଦସ୍ୟା ଅଳକା ମଞ୍ଜରି ପଟ୍ଟନାୟକ, ଓକିଲ ସଂଘ ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ ଓ ଆଇନଜୀବୀ ସନ୍ତୋଷ କୁମାର ତିଆଡ଼ି ଉପସ୍ଥିତ ଥିଲେ। ସେହିପରି ସିନିଅର ସିଭିଲ ଜଜ ଦେବାଶିଷ ବିଷୋୟୀ, ଏସଡିଜେଏମ ଅମିତ କୁମାର ଓ ଜେଏମଏଫସି ସୁଶ୍ରୀ ଭିଏନା ନାୟକଙ୍କ କୋର୍ଟରେ ବିଭିନ୍ନ ମାମଲାର ଫଇସଲା କରାଯାଇଥିଲା। ଏଥିରେ ୧୩୮ ଧାରା ଏନଆଇ ଆକ୍ଟରେ ୨ଟି ମାମଲାର ଫଇସଲା କରାଯାଇ ୧ ଲକ୍ଷ ୬୩ ହଜାର ୨୫୩ ଟଙ୍କା ଆଦାୟ କରାଯାଇଥିବା ବେଳେ ଗୋଟିଏ ବୈବାହିକ, ୩ଟି ସିଭିଲ କେସ, ୫୧ଟି ଅପରାଧ ମୂଳକ ମାମଲା ଓ ୭୫୮ ଟି ରାଜସ୍ୱ ମାମଲା ଫଇସଲା କରାଯାଇଥିଲା। ମୋଟ ୮୨୯ ମାମଲାର ଫଇସଲା ହୋଇ ୯୧, ୬୩, ୨୫୩ ଟଙ୍କା ଆଦାୟ କରାଯାଇଥିଲା। ଆଇନଜୀବୀ ସୁଧିର ରଞ୍ଜନ ମହାପାତ୍ର, ଦେବୀ ତ୍ରିପାଠୀ, ରଜନୀ ପଟ୍ଟନାୟକ, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ମାମଲା ପରିଚାଳନାରେ ସହାୟତା କରିଥିବା ବେଳେ କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ, ସୁନୀଲ ମୁଦୁଲି, ଇ. ରାମରାଓ, ପବିତ୍ର ପ୍ରଧାନ ଓ ବିଷ୍ଣୁ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ