ଲୋକ ଲଜ୍ୟାକୁ ସହି ନପାରୀ ଆତ୍ମହତ୍ୟା କଲେ ଯୁବତୀ
ନାଉଗାଁ,:ନାଉଗାଁ ଥାନା ଅନ୍ତର୍ଗତ ତେଂଟୋଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମର ଜୈନିକ ଯୁବତୀଙ୍କ ଅଶ୍ଳିଳ ଫଟୋ ଭାଇରାଲ ହେବାକୁ ନେଇ ଯୁବତୀ ଜଣକ ଲଜ୍ୟାରେ ଆତ୍ମହତ୍ୟା କରିଥିବା ଯୁବତୀଙ୍କ ମାଆ ଉକ୍ତ ଫଟୋ ସହ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ ଯୁବତୀର ମାଆଙ୍କ ଅଭିଯୋଗ ଅନୁସାରେ ପାଖାପାଖି ୩ ବର୍ଷ ହେବ ଉକ୍ତ ଗ୍ରାମର ଅକ୍ଷୟ ବେହୁରାଙ୍କ ପୁଅ ଦିପକ ବେହୁରା ତାଙ୍କ ଝିଅକୁ ଏକତରଫା ପ୍ରେମ ନିବେଦନ କରିଆସୁଥିଲା । ମାତ୍ର ତାଙ୍କ ଝିଅ ତାର କଥାରେ ରାଜି ହୋଇନଥିଲା । ତାଙ୍କ ଦୁଇ ପୁଅଙ୍କ ସହିତ ତାଙ୍କ ସ୍ୱାମୀ ବାହାରକୁ ଯାଇଥିବା ସମୟରେ ଘରେ ତାଙ୍କ ଝିଅ ଏକା ରହିଥିଲା । ଏହାର ସୁଯୋଗ ନେଇ ଦିପକ ଜୋରଜବରଦସ୍ତ ଅଶ୍ଳିଳ ଫଟୋ ନିଜ ମୋବାଇଲରେ ଉଠାଇ ନେଇଥିଲା । ପରେ ଉକ୍ତ ଫଟୋକୁ ଷ୍ଟୁଡିଓରେ ଏଡିଟି କରି ଆଣି ତାଙ୍କ ଝିଅକୁ ଦେଖାଇଥିଲା । ଏଥିରେ ତାଙ୍କ ଝିଅ ରାଜି ନହେବାରୁ ତାକୁ ଧମକାଇଥିଲା । ଏସଂର୍ପକରେ ତାଙ୍କ ଝିଅ ପରିବାର ଲୋକଙ୍କୁ ଜଣାଇବା ପରେ ଦିପକ ସେହି ଅଶ୍ଳିଳ ଫଟୋକୁ କାନ୍ଥ ଓ କବାଟରେ ଲଗାଇଥିଲା । ତାଙ୍କ ପରିବାର ଦଳିତ ଓ ଗରିବ ସହିତ ଦିନ ମଜୁରିଆ ହୋଇଥିବାରୁ ଲୋକ ଲଜ୍ୟାକୁ ଭୟକରି ଝିଅକୁ ନେଇ ଏକ ବନ୍ଧୁଘରେ ଛାଡିଥିଲେ । କିନ୍ତୁ ଉକ୍ତ ଯୁବକ ସେଠାକୁ ଯାଇ ମଧ୍ୟ ବନ୍ଧୁ ଘର କାନ୍ଥରେ ସେହି ଫଟୋକୁ ଲଗାଇଥିଲା । ବନ୍ଧୁ ଘର ଲୋକ ଏହା ଦେଖି ସେମାନେ ତାଙ୍କ ଝିଅକୁ ଆଣି ଘରେ ଛାଡି ଦେଇଯାଇଥିଲେ । ଆଜି ସକାଳ ୬ଟା ସମୟରେ ତାଙ୍କ ଝିଅ ହଠାତ ଘର ଭିତରକୁ ପଶିଯାଇ କବାଟର ପଛପଟୁ ବନ୍ଦ କରି ଦେଇଥିଲା । ଏହାଦେଖି କବାଟକୁ ବାଡେଇବା ସହିତ ଝିଅକୁ ଡାକିଥିଲୁ କିନ୍ତୁ ଝିଅ କବାଟ ଖୋଲି ନଥିଲା । ଯାହାଫଳରେ ଆମର ସନ୍ଦେହ ହୋଇଥିଲା । ଆମେ କବାଟ ଭାଙ୍ଗି ଦେଖିଲା ବେଳକୁ ସେ ତାର ଓନିକୁ ଫ୍ୟାନରେ ଲଗାଇ ବେକର ବାନ୍ଧି ଝୁଲି ରହିଥିଲା । ଆମେ ଓନିକୁ କାଟି ଆଣି ଦେଖିଲା ବେଳକୁ ଝିଅର ମୃତ୍ୟୁ ହୋଇଯାଇଥିଲା । ବାହାରକୁ ଆସି ଦେଖିଲା ବେଳକୁ ଘରର କବାଟରେ ସେହି ଅଶ୍ଳିଳ ଫଟୋ ଲଗାଯାଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ସେ ଲୋକ ଲଜ୍ୟାକୁ ସହି ନପାରି ଆତ୍ମହତ୍ୟା କରିଥିବା ଯୁବତୀର ମାଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ନାଉଗାଁ ଥାନା ଅଧିକାରୀ ପ୍ରଜ୍ଞା ରିତାମ୍ଭର କରଙ୍କୁ ପଚାରିବାରୁ ଅଭିଯୋଗକୁ ଭିତିକରି ଏକ ମାମଲା ରୁଜୁ କରାଯାଇ ଯୁବତୀଙ୍କ ମୃତଦେହକୁ ଜବତ କରାଯାଇ ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇ ତଦନ୍ତଜାରୀ ରହିଥିବା କହିଛନ୍ତି ।