ଭାଗବତ କଥାମୃତ ଆଲୋଚନାର ୨ୟ ସନ୍ଧ୍ୟା

ଯାଜପୁର- ଗୁରୁବାର ଗୀତାଜାଗରଣ ପରିଷଦ ଆନୁକୂଲ୍ୟରେ ସପ୍ତ ଦିବସ ବ୍ୟାପୀ ଭାଗବତ କଥାମୃତ ଆଲୋଚନାର ଦ୍ୱିତୀୟ ସନ୍ଧ୍ୟା ଆଇନ୍ ଜିବୀ ପ୍ରତିମା କରଙ୍କ ଅଧ୍ୟକ୍ଷତାରେ ପବିତ୍ର ବୈତରଣୀ ନଦୀ ନିକଟସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସୂଚନା ଓ ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ପ୍ରଦୀପ ପ୍ୱଜଳନ କରି ରାଇ ଦାମୋଦରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସଭାପତି ସ୍ତୋତ୍ର ପାଠ କରିଥିଲେ । ସମ୍ପାଦକ ଭାସ୍କର ଚନ୍ଦ୍ର ମହାନ୍ତି ପରିଚୟ ପ୍ରଦାନ ସହିତ ଭାଗବତ କଥାମୃତ ଆଲୋଚନା ସମ୍ବନ୍ଧରେ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ତନ୍ମୟୀକା ମହାପାତ୍ରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ପରିବେଶଣ କରାଯାଇଥିଲା । ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ବନବିହାରୀ ମହାପାତ୍ର ଭାଗବତ, ଭାବ, ଜ୍ଞାନ, ଭକ୍ତି ଓ ତତ୍ୱର ସମନ୍ୱୟ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ସନ୍ତୋଷ କୁମାର ସେଠୀ ମହୋଦୟ ବକ୍ତବ୍ୟରେ ଭାଗବତ ମଣିଷ ଜୀବନକୁ ଭଗବାନଙ୍କ ସହିତ ଯୋଡ଼ିବା ମୁଖ୍ୟ ପଥ ବୋଲି କହିବା ସହ କହନ୍ତି ରୁଚୁ ନରୁଚୁ ଖାଆ ପିତା ବୁଝ ନବୁଝ୍ ପଢ ଗୀତା ଉକ୍ତିଟିକୁ ଉପସ୍ଥାପନ କରିଥିଲେ । ପ୍ରବଚକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ କହିଥିଲେ ଭାଗବତ ପଢିବା ଦ୍ୱାରା ବ୍ୟକ୍ତିର ସାମଗ୍ରୀକ ବିକାଶ ହୁଏ ବ୍ୟକ୍ତି ଏକ ଉତ୍ତମ ଜୀବନ ଧାରା ବାଛି ନିଏ । ଏହି ସଭାକୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ଦାସ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି କ୍ଷୀରୋଦ ଚନ୍ଦ୍ର ପାଠୀ, ସହ ସମ୍ପାଦକ ବୃନ୍ଦାବନ ମିଶ୍ର, ଉପଦେଷ୍ଟା ନୃସିଂହ ଚରଣ ମହାପାତ୍ର, ଗଦାଧର ରାଉତ, ରବିନାରାୟଣ ନାୟକ, ବାସୁଦେବ ପାଣି, ବସନ୍ତ ପତି, କାହ୍ନୁ ଚରଣ ମିଶ୍ର, ସତ୍ୟରଞ୍ଜନ ମହାପାତ୍ର, ଅକ୍ଷୟ ମିଶ୍ର, ଜନାର୍ଦନ ମହାନ୍ତି, ବ୍ରଜକିଶୋର ମହାନ୍ତି, ବିନୋଦ ଦାଶ, ଅଭିମନ୍ୟୁ ମିଶ୍ର, ପ୍ରଶନ୍ନ ବିଶ୍ୱାଳ, ଧନଞ୍ଜୟ ପୃଷ୍ଟି, ଅନସୂୟା ମିଶ୍ର, ଆଶାଲତା ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅକ୍ଷୟ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ