ଵହଳଦା ର ବିଶିଷ୍ଟ ଦୁଇ ଶିକ୍ଷାବିତଙ୍କ ବିଦାୟ କାଳୀନ ଉତ୍ସବ 

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ବହଲଦା ବ୍ଲକ ର ଦୁଇଜଣ ବିଶିଷ୍ଟ ଶିକ୍ଷାବିତଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇ ଦୁଃଖ ରେ ମ୍ରିୟମାଣ ହୋଇ ପଡିଛି ବହଲଦା ବ୍ଲକ ର ଶିକ୍ଷା ପରିବାର । ଏଠିକାର ବରିଷ୍ଠ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜୟମୁନି ବେହେରାଙ୍କ ସହିତ ଏହି ଅଂଚଳ ର ଜଣେ ସୁନାମଧନ୍ୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ମହାନ୍ତ ତାଙ୍କ ଚାକିରୀ କାର୍ଯ୍ୟରୁ ଗୁରୁବାର ଦିନ ଅବସର ନେଇ ଶିକ୍ଷକ ମହଲରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରି ଯାଇଛନ୍ତି । ଉଭୟଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର କାଙ୍କି ପ୍ରାଙ୍ଗଣ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣ ରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ତାଙ୍କ ପରବର୍ତ୍ତୀ ଜୀବନ ଆନନ୍ଦମୟ ଓ ନିରାମୟ ହେଉ ବୋଲି ଏକ ମିଳିତ ପ୍ରାର୍ଥନା କରା ଯାଇଥିଲା । ଉଭୟ ବିଦାୟୀ ଶିକ୍ଷକଙ୍କୁ ଉତ୍ତରୀୟ ଓ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଉତ୍ସବରେ କାଙ୍କି ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନଳୀନ କୁମାର ବେହେରା ସଭାପତି ଦାୟିତ୍ୱ ନିର୍ବାହ କରିଥିବା ବେଳେ କାଙ୍କି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା ଭାବରେ ଓ ବହଲଦା ବ୍ଲକର ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଭୂତନାଥ ଶୀଟ ମୁଖ୍ୟ ଅତିଥି ଭାବରେ ସଭା କୁ ସୁସମ୍ପାଦିତ କରିଥିଲେ । ଏହି ପରିପ୍ରେକ୍ଷୀରେ କାଙ୍କି ଆଞ୍ଚଳିକ କେନ୍ଦ୍ର ଅଧିନସ୍ଥ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିବା ବେଳେ ଇନ୍ଦଖୋଲି ବିଦ୍ୟାଳୟ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ କୁମାର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ