ଵିଷ୍ଣୁପୁର ଠାରେ ଵିଜେଡିର ଜନସଚେତନତା କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଵିଧାୟକ ପ୍ରଫୁଲ୍ଲ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ଵିଷ୍ଣୁପୁର ପଂଚାୟତ ଠାରେ ବିଜେଡି ପକ୍ଷରୁ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଵିଜେଡି ନେତା ରଘୁନାଥ ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଵା କାର୍ଯ୍ୟକ୍ରମ ରେ ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଅତିଥି ଭାବେ ଯୋଗଦେଇ ଜନସାଧାରଣ ମାନଙ୍କୁ କୋରନା ସଂପର୍କରେ ସଚେତନତା ବାର୍ତା ପ୍ରଦାନ ପୂର୍ବକ ମାସ୍କ ଓ ସାନୀଟାଇଜର ବଂଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଵିଜେଡି ନେତା ଅମୂଲ୍ୟ ନାୟକ, ଵିଜୟ ଖିଲାର, ଅଜିତ ଦାସ, ହେମନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ