ଶକୁନ୍ତଳା ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ଶକୁନ୍ତଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୧୦୦ ଜଣ ଛାତ୍ରୀଙ୍କର ବ୍ଲଡ଼୍ ହିମୋଗ୍ଲୋବିନ୍‌, ବ୍ଲଡ଼୍ ଗ୍ରୁପିଂ, ଚକ୍ଷୁ ଏବଂ ଦାନ୍ତ ପରୀକ୍ଷା କରାଯାଇଥିଲା । ରୋଟାରୀ କ୍ଲବ ସହଯୋଗରେ ୍ରଆୟୋଜିତ ଶିବିର ପରିଚାଳନାରେ ସୌରଭ ବେହେରା, ସୁବ୍ରତ କର, କ୍ଷେତ୍ରମୋହନ ମହାପାତ୍ର, ମାତୃଦତ୍ତ ଦାସ, ପ୍ରଦୀପ୍ତ ପଣ୍ଡା, ଯଶୋଦା ନନ୍ଦନ ଆଶ୍‌, ବିଷ୍ଣୁଦାସ କୁଣ୍ଡୁ, ସନ୍ତୋଷ ନାହାକ, କାର୍ତ୍ତିକ ବେରା, ଲକ୍ଷ୍ମୀପ୍ରିୟା ଜେନା ତଥା ପୁରାତନ ଛାତ୍ର ପରିଷଦର ଅନସୂୟା ନାୟକ, ବିଷ୍ଣୁ ମହାନ୍ତି, ମଧୁସୂଦନ ବେହେରା, ଗୋପାଳ ଜେନା, ସତ୍ୟ ନାରାୟଣ ବାରିକ, ରମାକାନ୍ତ ମହାନ୍ତ, ନିଖିଲ ଆଶ, ଶୋଭାକର ସାହୁ, ପାର୍ଥ ସାରଥୀ ଆଶ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ରୋଟାରୀ କ୍ଲବ୍‌ର ସ୍ୱାସ୍ଥ୍ୟ କର୍ମଚାରୀ ଏଥିରେ ସମସ୍ତ ପରୀକ୍ଷା କରି ଛାତ୍ରୀମାନଙ୍କୁ ପରୀକ୍ଷା ରିପୋର୍ଟ ପ୍ରଦାନ କରିଥିଲେ । ତ୍ରୁଟି ଥିବା ଛାତ୍ରୀଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଥିଲା । ଆଗାମୀ ଦିନରେ ସହରର ଅନ୍ୟ ଶିକ୍ଷାନୁଷ୍ଠାନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରି ପିଲାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ନିମନ୍ତେ ପ୍ରୟାସ ଜାରି ରଖିବାକୁ ସିଦ୍ଧାନ୍ତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ