ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ କୁଇଜ ପ୍ରତିଯୋଗିତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ସେଣ୍ଟର ଫର ଏନ୍‌ଭାଇରନ୍‌ମେଣ୍ଟ ଷ୍ଟଡି ଓ ରାଜ ଶକ୍ତି ବିଭାଗର ମିଳିତ ଆନୁକୁଲ୍ୟରେ ଏକ ଜିଲାସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ଜିଲାର ବିଭିନ୍ନ ବ୍ଲକରୁ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ସେଣ୍ଟ ଯୋଶେଫ ଇଂରାଜୀ ମାଧ୍ୟମ ସ୍କୁଲର ସୁକନ୍ୟା ସାମଲ, ନୂଆଗଡ ସ୍ଥିତ ଏଲ୍‌.ଏନ୍‌.ଉଚ୍ଚବିଦ୍ୟାଳୟର ଛାତ୍ରୀ ସୁପ୍ରିୟା ଲିମା, କଇଁପୁର ମହେନ୍ଦ୍ରତନୟା ଆଶ୍ରମ ସ୍କୁଲର ଛାତ୍ର ଚନ୍ଦ୍ର ଶବର ଯଥା କ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ହାସଲ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ବୃଶକେତୁ ଦାସ ସଭାପତିତ୍ୱ କରିଥିବାବେଳେ ବିଦ୍ୟାଳୟ ଇକୋକ୍ଲବର ଭାରପ୍ରାପ୍ତ ଶିକ୍ଷକ ଡି.ଶ୍ରୀରାମ ମୂର୍ତ୍ତୀ, କେ.ଡିଲ୍ଲେଶ୍ୱରରାଓ, ସି.ଏଚ୍‌.ଭେଙ୍କେଟେଶ୍ୱରଲୁ, ଏନ୍‌.ସି.ସି. ଶିକ୍ଷକ ହରିହରି ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସନ୍ମୁଖରାଓ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ