ଶଗୁଆନ ପଟା ଓ ସାଇଜ ସହ ଗାଡି ଜବତ

ବୁଗୁଡା,(ଅନିଲ କୁମାର ମହାରଣା): ଆଜି ସକାଳୁ ବୁଗୁଡା ବନ ବିଭାଗ ପକ୍ଷରୁ ବାଲିପଦର-ହାତୀଓଟ ପୂର୍ତ୍ତ ବିଭାଗ ରୋଡ଼ର ମହୁଲପଲ୍ଲୀ ଓ ଅରଖପୁର ମଧ୍ୟରେ ୮ ଘନ ଫୁଟ ଶାଗୁଆନ ପଟା ଓ ସାଇଜ ବୋଝେଇ ହୋଇଥିବା ଏକ ଟାଟା ଏସି ଗାଡି (ଓଡ଼ି ୦୭ ଇ ୨୫୭୫) କୁ ଜବତ କରିଥିବା ଜଣାପଡିଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ ପ୍ରକାରେ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନେତୃତ୍ବରେ ବୁଗୁଡା ବନପାଳ ଅଭିରାମ ଖିଲି,ବାଲିପଦର ବନପାଳ ସୁନିତା ପାତ୍ର, ବନରକ୍ଷୀ ପ୍ରଶାନ୍ତ କୁମାର ପୋଲାଇ ଓ କ୍ଷୀରୋଦ ଗୌଡ଼ ଏବଂ ପାରା ଫରେଷ୍ଟର କର୍ମଚାରୀ ବୃନ୍ଦ ଅକ୍ଟୋବର ୧୮ ତାରିଖ ସକାଳେ ଶଗୁଆନ କାଠ ବୋଝେଇ ଟାଟା ଏସି ଗାଡ଼ିକୁ ପିଛା କରିଥିଲେ। କାଠ ବୋଝେଇ ଗାଡିଟି ହାତୀଓଟ ଦିଗରେ ଯାଉ ଥିବା ବେଳେ ମହୁଲପଲ୍ଲୀ ଓ ଅରଖପୁର ମଧ୍ୟରେ ଗାଡି ଚାଳକ ଶଗୁଆନ କାଠ ବୋଝେଇ ଗାଡିକୁ ଛାଡି ଦୌଡ଼ି ପଳାଇଥିବା ବେଳେ ବନ ବିଭାଗ ଶଗୁଆନ ପଟା ଓ ସାଇଜ ସହ ଗାଡିକୁ ଜବତ କରିଥିଲେ। ବର୍ତ୍ତମାନ ଏକ ୟୁଡି କେଶ କେଶ ହୋଇଥିବା ବେଳେ ପରିବହନ ଅଧିକାରୀଙ୍କ ଠାରୁ ଗାଡି ମାଲିକଙ୍କ ନାମ ଜଣାପଡିବା ପରେ ମାଲିକଙ୍କ ନାମରେ କେଶ କରାଯିବ ବୋଲି ବୁଗୁଡା ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ