ଶଙ୍ଖଚିଲା ର ନେସନାଲ ହେଲ୍ପ ଫାଉଣ୍ଡେସନ ପକ୍ଷରୁ ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟନ
ଯାଜପୁର,(ଓ୍ବାଇଏନ୍ଏସ୍):କୋରୋନା ସମୟରେ ଶଙ୍ଖଚିଲା ର ନେସନାଲ ହେଲ୍ପ ଫାଉଣ୍ଡେସନ ପକ୍ଷରୁ ରଗଡି ଭାଲକୁଡି ଗାଁରେ ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ସଂସ୍ଥାର ପ୍ରତିଷ୍ଠାତା ବିଜୟ ସାହୁ ଏବଂ ଗୁଲସାହନୱାଜ ଅଲିଖାନଙ୍କ ନେତୃତ୍ୱରେ ଏହି ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ସ୍ଥାନୀୟ ଅଂଚଳର ଗରିବ ଲୋକଙ୍କୁ ଅନୁଷ୍ଠାନ ପକ୍ଷରୁ ଏହି ଖାଦ୍ୟ ବଂଟନ କରାଯାଇଥିଲା । ଏଥିସହିତ ଗ୍ରାମବାସୀଙ୍କ କୋରୋନା ରୋଗ ସଂପର୍କରେ ସଚେତନ ମଧ୍ୟ କରାଯାଇଥିଲା । କୋରୋନାକୁ ରୋକିବା ପାଇଁ ବାରମ୍ବାର ହାତକୁ ସାବୁନ,ହ୍ୱାଣ୍ଡୱାସରେ ଧୋଇବାକୁ ପରାମର୍ଶ ଦିଆଯାଇଥିଲା । ମାସ୍କ ଓ ସାନିଟାଇଜର ଆଦି ବଂଟନ କରାଯାଇଥିଲା । ଏହି ଅବସରରେ ଲଳିତ, ହରେକୃଷ୍ଣ, ପଙ୍କଜ, ଗୋପାଳ,ଦେବାଶିଷ, ଦୁଃଶାସନ, ଅଶ୍ୱିନୀ, ଚନ୍ଦନ, ଭରତ, ଧିରେନ, ସୁରେନ୍ଦ୍ର, ରାମଚନ୍ଦ୍ର, ମିର୍ଜ଼ା, ଭବାନୀ, ସୋମିୟ ରଞ୍ଜନ, ଅଶ୍ୱିନୀ, ପଙ୍କଜ, ପ୍ରଭାକର, ସୁରେନ୍ଦ୍ର, କ୍ଷୀରୋଦ, ନିତ୍ୟାନନ୍ଦ, ତପନ, ବିରାଜ, ଜୟଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ ।


