ଶଙ୍ଖୋରେ ବାଦିପାଲା ମହୋତ୍ସବ ୫ରୁ

ହାଟଡିହି, (ବିକାଶ ବିଶ୍ୱାଳ) :-ପାଲା ସଂସ୍କୃତିର ପ୍ରସାର ପ୍ରଚାର ଓ ସୁରକ୍ଷାରେ ଗାୟକ ମାନଙ୍କର ଯେଉଁ ପରିମାଣର ଭୂମିକା ଥାଏ ପାଲା ଅନୁଷ୍ଠାନ ମାନଙ୍କର ଏଦିଗରେ ଭୂମିକା ମଧ୍ୟ ଗୁରୁତ୍ୱପୁର୍ଣ୍ଣ ବୋଲି ଅନୁମେୟ ହୁଏ । ଏହାକୁ ସଫଳ କରିବାପାଇଁ ଶଙ୍ଖୋ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ମାର୍ଚ୍ଚ ୫ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପି ପ୍ରଥମ ବାର୍ଷିକ ବାଦୀପାଲା ଅନୁଷ୍ଠିତ ହେବାକୁ ଯାଉଛି । ଗାୟକ ବାଚଷ୍ପତି ବନବିହାରୀ ଗ୍ରହାଚାର୍ଯ୍ୟ ଓ ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶଙ୍କ ଦ୍ୱାରା ଦ୍ୱାରା ପାଲା ପରିବେଷଣ ହେବାକୁ ଥିବାବେଳେ ଏହି ପାଲା ମହୋତ୍ସବରେ ପାଲାପ୍ରେମୀ, ସାହିତ୍ୟ ପ୍ରେମୀ, ପୁରାଣନୁଗାମୀ ଦର୍ଶକ ମାନେ ଯୋଗଦେବାପାଇଁ ଶଙ୍ଖୋ ପାଲା କମିଟି ତରଫରୁ ପ୍ରଧ୍ୟାପକ ଦାମୋଦର ଶଙ୍ଖୁଆ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ