ଶତାଧିକ କର୍ମୀ ବିଜେପିରେ ସାମିଲ ହେଲେ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଚାପୁଣ୍ଡିଆ ଠାରେ ଆଜି ବିଜେପିର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ବ୍ୟକ୍ତି କଂଗ୍ରେସ ଓ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ବରିଷ୍ଠ ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ହୋଇଥିବା ଏହି ମିଶ୍ରଣପର୍ବ କାର୍ଯ୍ୟକ୍ରମରେ ବିଜେପି ପ୍ରବକ୍ତା ସତ୍ୟବ୍ରତ ପଣ୍ଡା, ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟ ବିଜେଡି ସରକାର ଦୀର୍ଘ୨୨ବର୍ଷ ଶାସନ ମଧ୍ୟରେ ଦୁର୍ନ୍ନୀତିର କଳାବାଦଲ ସବୁଆଡେ ଛାଇଯାଇଛି । ବିଶେଷକରି ହାଟଡିହି ବ୍ଲକରେ କୋଟି କୋଟି ଟଙ୍କାର ଦୁନ୍ନୀତି ହୋଇଥିବାବେଳେ ଏବେ ନିୟମିତ ବିଭିନ୍ନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି । ତେଣୁ ଏ ଅଞ୍ଚଳର ଲୋକମାନେ ଏବେ ବିଜେଡିକୁ ହଯାଇବାକୁୁ ଏକପ୍ରକାର ନିଷ୍ପତି ନେଇ ସାରିଲେଣି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଚାପୁଣ୍ଡିଆ, ସମଣା, ଗିରିଗାଁ, କଦମ୍ବଡିହି, ବାହାରିପୁର, ବରାଙ୍ଗ ଆଦି ଗ୍ର୍ରାମର ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ସେମାନଙ୍କ ଦଳଛାଡି ବିଜେପିରେ ସାମିଲ ହୋଇଥିଲେ । ବିଜେପି ନେତୃବୃନ୍ଦ ସେମାନଙ୍କୁ ଟୋପି, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁଦ୍ଧିଷ୍ଠିର ମଲ୍ଲିକ, ମଧୁସୁଦନ ରାଉତ, ବଳଭଦ୍ର ବାରିକ, ପ୍ରଶାନ୍ତ ମହାପାତ୍ର,ଆଲୋକ ଜେନା, ବିଚିତ୍ର ମଲ୍ଲିକ, ରମାକାନ୍ତ ନାୟକ, ଆଲୋକ ଦାଶ, ଶଶିକାନ୍ତ ରାଉତ, ଅଧର ବେହେରା, ରତ୍ନାକର କବି, ସୁଶାନ୍ତ ସାହୁ, ଗୋପୀନାଥ ରଣା, ମଧୁ ସ୍ୱାଇଁ, ମହେନ୍ଦ୍ର ନାୟକଙ୍କ ସହିତ ବିଜେପି ସମର୍ଥନରେ ପ୍ରତିଦ୍ୱନ୍ଦିତା କରୁଥିବା ଜିଲ୍ଲାପରିଷଦ ପ୍ରାର୍ଥୀ ଜ୍ଞାନ ରଞ୍ଜନ ଜେନା, ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ