ଭୋଟ ପାଇଁ ପୋଲିଂ ପ୍ରିଜାଇଡିଂ ଅଧିକାରୀ ଙ୍କୁ ତାଲିମ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପରିଚାଳନା ପାଇଁ ଭୋଟଦାନ କେନ୍ଦ୍ର ଗୁଡ଼ିକରେ ଭୋଟ ଗ୍ରହଣ ବ୍ୟବସ୍ଥାକୁ ନେଇ ପୋଲିଂ ଅଫିସର ପ୍ରିଜାଇଡିଂ ଅଫିସର ମାନଙ୍କୁ ନେଇ ସୋମବାର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ବ୍ଲକ୍ ସମ୍ମିଳନୀ କକ୍ଷ ଏବଂ ପାଟପୁର ବିଶ୍ୱାସରାୟ କଲେଜ ପରିସରରେ ପୃଥକ୍ ପୃଥକଭାବେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ସାନଖେମୁଣ୍ଡି ତହସିଲଦାର ଡ.ଶ୍ରୀନିବାସ ବେହେରା ଗ୍ରାମପଞ୍ଚାୟତ ଅଧିକାରୀ ବୈଜୟନ୍ତି ମୁଣ୍ଡା କଲ୍ୟାଣ ଅଧିକାରୀ ଜୟନ୍ତ ସାମନ୍ତସିଂହାର ପ୍ରମୁଖ ଭୋଟବାକ୍ସ ବେଲଟ ପେପର୍ ପରିଚାଳନା ସହ ନିର୍ବାଚନ ଆୟୋଗ ଙ୍କ ପକ୍ଷରୁ ଜାରି ହୋଇଥିବା ଭୋଟ ପ୍ରକ୍ରିୟା ଓ ବିଭିନ୍ନ ଆଇନ ସମ୍ପର୍କ ରେ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସାନଖେମୁଣ୍ଡି ବ୍ଲକ୍ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ