ଶବକୁ ନଦୀ ପାର କରି ଶ୍ମଶାନ ଘାଟକୁ ବୋହି ନେଲେ ଡ୍ରାଇଭର ସଂଘର ସଦସ୍ୟ

ମୋହନା, (ଅଂଶୁମାନ ପଣ୍ଡା) : ଶ୍ମଶାନ ଘାଟକୁ ନେବାକୁ ରାସ୍ତା ନଥିବାରୁ ଶବକୁ ନଦୀ ପାରି କରି ନେଵାକୁ ବାଧ୍ୟ ହେଉଛନ୍ତି ଡ୍ରାଇଭର ସଂଘ ଡ୍ରାଇଭର ଭାଇମାନେ । ଏଭଳି ଏକ ଘଟଣା ଦେଖିବକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା କେରାଖାଲ ଗାଁରେ । ଗ୍ରାମର ଅନ୍ତର୍ଜାମି ଦୋରା ମୋହନାରେ ରହି ଡ୍ରାଇଭର କାର୍ଜ୍ୟ କରୁଥିବା ବେଳେ ତାଙ୍କ ପତ୍ନୀ ପୁଷ୍ପା ଦୋରା ଗତ କିଛି ଦିନ ପୂର୍ବରୁ ଜ୍ୱରରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭରି କରିଥିଲେ। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସବ ସତ୍କାର ପାଇଁ ନିଜ ଗ୍ରାମ କେରାଖାଲ ନେଇଯାଇଥିଲେ । ହେଲେ ଖବର ପାଇଁ ଗାଁରେ ପହଂଚିଲେ ଓଡ଼ିଶା ଡ୍ରାଇଭର ସଂଘର ବହୁ ଡ୍ରାଇଭର ଭାଇମାନେ । ଗାଁ ଠାରୁ ଶ୍ମଶାନ ଘାଟ ୨ କିମି ଓ ରାସ୍ତାରେ ଏକ ନଦୀ ପଡୁ ଥିବାରୁ ଡ୍ରାଇଭର ଭାଇମାନେ ଶବକୁ ବୋହି ବେକେ ପାଣି ରେ ଜୀବନ କୁ ବାଜି ଲଗାଇ ନଦୀ ପାର କରିବା ପରେ ଶ୍ମଶାନ ଘାଟରେ ଶବ ସତ୍କାର କରିଛନ୍ତି । ପ୍ରବଳ ବର୍ଷା ସତେ ମଧ୍ଯ ମନ ବୋଳ ଦୃଡ କରି ଏକ ହେଇଥିଲେ ମୋହନା ବ୍ଲକ ର ବିଭିନ୍ନ ସ୍ଥାନ ରେ ରହୁଥିବା ଓଡିଶା ଡ୍ରାଇଭର ମୋହାସଂଘ ଗ୍ରାମ ବାସୀ ପଛରେ ଥିବା ବେଳେ ଡ୍ରାଇବର୍ ସଂଘ ର ଡ୍ରାଇଭର ମାନେ ନଦୀ ପାର କରି ନେଥିଲେ ଶବ କୁ ଯାହା। ଏବେ ଅଂଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ