ଶବଦାହ କଲେ ଗଞ୍ଜାମ ବିଜେପି ର ସହାୟ ଆପ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):କରୋନା ମୃତକ ଙ୍କ ସହାୟ ହେଲା ଗଞ୍ଜାମ ବିଜେପି ର ସହାୟ ଆପ । ଆଜି ତା ୧୯-୦୮-୨୦୨୦ ରିଖ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ର ଲମ୍ବୋଦର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ବରଣ କରିଥିଲେ । କରୋନା ରେ ମୃତ୍ୟୁ ବରଣ କରିଥିବା ହେତୁ ତାଙ୍କ ଶବ ଦାହ ରେ ଅସୁବିଧା ହୋଇଥିଲା । ଏହି ସମୟରେ ତାଙ୍କ ପରିବାର ଲୋକେ ବିଜେପି ଗଞ୍ଜାମ ଜିଲ୍ଲା ଦ୍ୱାରା ପରିଚାଳିତ ସହାୟ ଆପ ର ସାହାଯ୍ୟ ନେଇଥିଲେ । ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ଭୃଗୁ ବକ୍ସି ପାତ୍ର ଏବଂ କାଁହୁ ପତି ଙ୍କ ପରାମର୍ଶ କ୍ରମେ ପୂର୍ବ ରୁ ତୟାର ଥିବା ସହାୟ ଆପ ର ମହାପ୍ରୟାଣ ଟିମ ଏନ. ରାଜେନ୍ଦ୍ର କୁମାର ଙ୍କ ନେତୃତ୍ୱ ରେ ରାମ କୁମାର ପାତ୍ର, କିରଣ କୁମାର ସାହୁ, ଭଞ୍ଜନଗର ନଗର ଅଞ୍ଚଳ ର ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ବିନାୟକ ତ୍ରିପାଠୀ, ସନ୍ତୋଷ କୁମାର ତିଆଡ଼ି , ଜଗଦୀଶ ପ୍ରଧାନ, କମଲ ପାତ୍ର ପ୍ରମୁଖ କରୋନା ନିୟମାବଳୀ କୁ ମାନି ଏହି କାର୍ଯ୍ୟ କୁ ସମ୍ପାଦିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରିୟ ରଞ୍ଜନ ବେହେରା, ପ୍ରଦୀପ କୁମାର ବେହେରା, ପ୍ରଶାନ୍ତ ସେଠି, ରବୀନ କୁମାର ସାହୁ କିଶନ ମହାରଣା, ଚନ୍ଦନ ସାହୁ, ସୁଶାନ୍ତ ସାହୁ, ପ୍ରମୁଖ ସହଯୋଗ କରିଥିଲେ । ସହାୟ ଆପ ର ସଞ୍ଚାଳକ ଶିବ ପ୍ରସାଦ ପାତ୍ର, ଆମ୍ବୁଲାନ୍ସ ପରିଚାଳକ ରାଜୀବ କୁମାର ମିଶ୍ର ପ୍ରମୁଖ ସଂଯୋଜନା କରି ଏହି ମହତ କାର୍ଯ୍ୟ କୁ ସମ୍ପାଦିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ