ଶବ ସଂସ୍କାରକୁ ନେଇ ଅନୁସୂଚିତ ଜାତି ପରିବାରଙ୍କୁ ଆକ୍ରମଣ ଅଭିଯୋଗ
ନାଉଗାଁ, (ଓ୍ବାଇଏନ୍ଏସ୍) : ଭାତପଡା ଗ୍ରାମର ଅନୁସୂଚିତ ଜାତି ପରିବାରର ଚକ୍ରଧର ସାମଲ ନିଜ ପୁତୁରାର ଶବ ଶ୍ମଶାନରେ ସଂସ୍କାର ସାରି ରାଇ ସିତେଇାବାକୁ ଯାଇଥିବା ସମୟରେ ଆକ୍ରମଣ ହୋଇଥିବା ଚକ୍ରଧର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଚକ୍ରଧର ତାଙ୍କ ପୁତୁରାଙ୍କ ଶବ ସଂସ୍କାର କରି ରାଇ ସିତେଇବାକୁ ଶ୍ମଶାନକୁ ଯାଇଥିଲେ । ସେହି ସମୟରେ ବାହାଲିଆ ସାହିର କିଛି ଲୋକ ହାତରେ ଶାବଳ ଓ ଠେଙ୍ଗା ଧରି ମଶାଣିରେ ପହଁଚି ଅସଭ୍ୟ ତାକୁ ଭାଷାରେ ଗାଳିଗୁଲଜ କରିବା ସହିତ ଏଠାରେ ଶବ କାହିିଁକି ପୋଡିଲୁ ବୋଲି କହିଥିଲେ । ଏଇଟା ଆମ ମଶାଣି କାହିଁକି ଖରାପ ବ୍ୟବହାର କରୁଛ ବୋଲି ଚକ୍ରଧର ସେମାନଙ୍କୁ କହିବାରୁ ସେମାନେ ଚକ୍ରଧରକୁ ଠେଙ୍ଗାରେ ପ୍ରହାର କରିଥିଲେ । ଚକ୍ରଧର ତଳେ ପଡିଯିବାରୁ ତା ବେକରେ ଗୋଡ ରଖି ଚାପି ମାରି ଏଠାରେ ପୋତି ଦେବୁ ବୋଲି କହିବା ସହିତ ଚକ୍ରଧର ସହିତ ଥିବା ଅନ୍ୟମାନଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ । ଚକ୍ରଧର ଓ ଅନ୍ୟମାନେ ଘରକୁ ଫେରି ଆସୁଥିବା ବେଳେ ସେମାନେ ପଛ ପଛେ ଗୋଡାଇ ଚକ୍ରଧରଙ୍କ ଘରେ ପହଁଚ ପୂର୍ଣ୍ଣବାର ଆକ୍ରମଣ କରିଥିଲେ । ସେହି ସମୟରେ ଚକ୍ରଧର ସ୍ତ୍ରୀ ଘଟଣା ସ୍ଥଳରେ ପହଁଚି ଅଟକାଇବାରୁ ତାଙ୍କୁ ମଧ୍ୟ ଖରାପ ବ୍ୟବହାର କରିଥିଲେ । ଏପରିକି ଆମ ପରିବାରକୁ ମାରି ଶେଷ କରି ଦେବାକୁ ଧମକ ମଧ୍ୟ ଦେଇଥିଲେ । ପାଖ ପଡିଶା ଫାଟି ଶୁଣି ପାଖରେ ପହଁଚିବା ବେଳେ ସେମାନେ ଛାଡି ପଳାଉଥିବା ସମୟରେ ଚକ୍ରଧରଙ୍କ ଜାତିଆଣକୁ ଆକ୍ଷେପ କରି କରିଥିବା ଚକ୍ରଧର ଅଭିଯୋଗରେ ଦର୍ଶାଇଛନ୍ତି । ନାଉଗାଁ ଥାନା ପକ୍ଷରୁ ଅଭିଯୋଗକୁ ଭିତି କରି ୯୩/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।