ଶବ ସଂସ୍କାରକୁ ନେଇ ଦଳିତ ପରିବାରଙ୍କୁ ଆକ୍ରମଣ ପରିବାରକୁ ଭେଟିଲେ ଜାତୀୟ ଦଳିତ ଆଦିବାସୀ ମହାସଂଘ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତର ଭାତପଡା ଗ୍ରାମରେ ଦଳିତ ପରିବାରର ଶବଦାହକୁ ନେଇ ମଙ୍ଗଳବାର ଜାତୀୟ ଦଳିତ ଆଦିବାସୀ ସଂଘର ସଭାପତି,ଉପସଭାପତି ସମେତ ଅନ୍ୟାନ୍ୟ ସଦସ୍ୟମାନେ ଦଳିତ ପରିବାରକୁ ଭେଟିଛନ୍ତି । ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ, ଉପସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ, ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବ ବସନ୍ତ କୁମାର ନାୟକ, ରାଜ୍ୟ ମହିଳା ଦଳିତ ସଂଘର ସଂପାଦିକା ଟିକିନା ପରିଡା, ପୀତବାସ ନାୟକ ଆଦି ପରିବାରକୁ ଭେଟି ଶବଦାହ ଘଟଣାକୁ ନେଇ ଉପୁଜିଥିବା ସମସ୍ୟାର ଘୋର ନିନ୍ଦା କରିଛନ୍ତି । ଏଥିସହ ଉକ୍ତ ପରିବାରକୁ ଆଟ୍ରୋସିଟି ଆଇନାନୁଯାୟୀ ପରିବାରକୁ କ୍ଷତିପୁରଣ ଦେବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ ଜୁନ ୧୮ ତାରିଖରେ ଭାତପଡା ଗ୍ରାମର ଅନୁସୂଚିତ ଜାତି ପରିବାରର ଚକ୍ରଧର ସାମଲ ନିଜ ପୁତୁରାର ଶବ ଶ୍ମଶାନରେ ସଂସ୍କାର ସାରି ରାଇ ସିତେଇବାକୁ ଯାଇଥିବା ସମୟରେ ବାହାଲିଆ ସାହିର କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ଉକ୍ତ ଆକ୍ରମଣ ଘଟଣା ବିଷୟରେ ଚକ୍ରଧର ଜୁନ ୧୯ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ