ଶହୀଦ ନୁଦୁରାମଙ୍କ ପରିବାରକୁ ବିଜେପି ନେତା ପ୍ରଦୀପ ନାଏକ ସମେତ ଅନ୍ୟ ବିଜେପି ବିଧାୟକ ମାନେ ଭେଟିଲେ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଭାରତମାତାର ସୁଯୋଗ୍ୟ ସନ୍ତାନ/ବୀର ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବଡଚମ୍ପାଉଦା ଗ୍ରାମର ନୁଦୁରାମ ସୋରେନ ଲାଦାଖର ଭଲଓ୍ବାନ ଉପତ୍ୟକାରେ ଚୀନ ସେନାଙ୍କୁ ପ୍ରତିହତ କରିବା ସମୟରେ ଶହୀଦ ହୋଇଥିଲେ । ଶୁକ୍ରବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସୈନିକ ମାନଙ୍କ ମନୋବଳକୁ ବହୁଗୁଣିତ କରିବା ପାଇଁ ଲାଭଦାୟକ ଯାଇ ସୈନିକ ମାନଙ୍କ ସହ ଆଲୋଚନା କରିଥିଲେ । ସେହିଭଳି ରାଜ୍ୟ ବିରୋଧୀ ଦଳ ବିଜେପି ତରଫରୁ ଏକ ଦଳ ରାଇରଙ୍ଗପୁର ବଡଚମ୍ପାଉଦା ଗସ୍ତ କରି ଶହୀଦ ନୁଦୁରାମଙ୍କୁ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ତଦସହ ଶହୀଦଙ୍କ ସ୍ତ୍ରୀ ଲକ୍ଷ୍ମୀରାଣୀ ସୋରେନ ଏବଂ ୩ କନ୍ୟା ସହ କିଛି ସମୟ ଆଲୋଚନା କରି ସେମାନଙ୍କୁ ସମବେଦନା ଜଣାଇଥିଲେ । ସେଠାରେ ଦଳ ତରଫରୁ ରାଜ୍ୟବାସୀଙ୍କୁ ସରକାରଙ୍କ ପାଖରେ ଅସନବଣି ଛକରେ ଶହୀଦ ନୁଦୁରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ଅସନବଣି-ବଡଚମ୍ପାଉଦା ରାସ୍ତାକୁ ଶହୀଦ ନୁଦୁରାମ ମାର୍ଗ ନାମକରଣ ପାଇଁ ପ୍ରସ୍ତାବ ଦେବେ ବୋଲି ବିଜେପି ନେତୃବୃନ୍ଦ କହିଥିଲେ ।ଜୁନ ୪ ତାରିଖ ଦିନ ଶହୀଦ ନୁଦୁରାମଙ୍କ ଶେଷ କୃତ୍ୟ ସମାପନ ହେବ । ସେଥିପାଇଁ କିଛି ଆର୍ଥିକ ସହାୟତା ଦଳ ତରଫରୁ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ ବିରୋଧୀ ଦଳର ନେତା କଳାହାଣ୍ଡି ବିଧାୟକ ପ୍ରଦୀପ ନାଏକ,କେନ୍ଦୁଝର ବିଧାୟକ ମୋହନ ମାଝି,ସାରସକଣା ବିଧାୟକ ବୁଢାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ରାଜ୍ୟ ବିଜେପି ସଂପାଦକ ନବୀନ ରାମମୋହନ,ମନୋଜ ଦାସ,ସଂଜୀବ ମହାନ୍ତି,ଅମଦ ମହାନ୍ତ , କିଶୋର ରଜକ, ସରୋଜ ମହାନ୍ତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ