ଶାଖା ପରିଚାଳକଙ୍କୁ ଆକ୍ରମଣ, ୨ ଗିରଫ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ଶୁକ୍ରବାର ଭଦ୍ରକ ଜିଲା ବନ୍ତ ଥାନା ଅଧିନ ଅଢାଳପଙ୍କସ୍ଥିତ ବ୍ୟାଙ୍କ ଅଫ ବରୋଦା ଶାଖା ପରିଚାଳକଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଦିଆଯିବା ଅଭିଯୋଗରେ ପୋଲିସ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ଅଭିଯୋଗରୁ ପ୍ରକାଶ ଯେ, ଶାଖା ପରିଚାଳକ ଜ୍ୟୋତି ରଞ୍ଜନ ବେହେରା କାର୍ଯ୍ୟ ସାରି ବ୍ୟାଙ୍କରୁ ବାହାରୁ ଥିବା ବେଳେ ଟାଇଗୁଣା ଗ୍ରାମର ବନମାଳୀ ତ୍ରିପାଠୀଙ୍କ ସମେତ ୩ ଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଥିଲେ । ଆକ୍ରମଣରେ ଶାଖା ପରିଚାଳକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ପୋଲିସ କେସ ନଂ-୧୩୦/୧୯ ମୂଳେ ମାମଲା ରୁଜ୍ଜୁ କରି ୨ ଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିଛି ।


