ଶାନ୍ତି ଫାଉଣ୍ଡେସନର ୧୧ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ବିଗତ ୧୧ବର୍ଷ ଧରି ନିଃସ୍ୱାର୍ଥପର ଭାବେ ସମାଜସେବା ଯୋଗାଉଥିବା ସାମାଜିକ ଅନୁଷ୍ଠାନ ‘ଶାନ୍ତି ଫାଉଣ୍ଡେସନ’ର ୧୧ତମ ବାର୍ଷିକ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ସମାଜସେବୀ ସସ୍ମିତା ଦାସ, ଇନ୍ଦିରା ଦାଶ, ମନସ୍ମିତା ଜେନା, ପ୍ରତାପ କୁମାର ପଲାଇ, ପବିତ୍ର ମୋହନ ବେହେରା, ଅଶୋକ କୁମାର ମହାପାତ୍ର, ଶାନ୍ତି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ପାଣି ଯୋଗ ଦେଇଥିଲା ବେଳେ ଅନୁଷ୍ଠାନର ସମ୍ପାଦକ ସଞ୍ଜୟ କୁମାର ପରିଡ଼ା ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ୪୦ଜଣ କୃତି ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏବଂ ୪୬ଜଣ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ‘ଶାନ୍ତି ସେବା ସମ୍ମାନ୨୦୧୯’ରେ ସମ୍ମାନିତ କରାରଯାଇଥିଲା । ସଭା ପରି•ଳନା କରିଥିଲେ ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ