ଶାରୀରିକ ହୋମଗାର୍ଡ ଦୌଡ଼ତାରେ ପ୍ରଥମ ସ୍ଥାନ ଅଧିଗ୍ରହଣ କଲେ ରାମାନନ୍ଦ ମିଶ୍ର

କୋଦଳା (ଗୁଲସନ କୁମାର କର ) : ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ଥାନରୁ ୮୫ ଜଣ ହୋମଗାର୍ଡଙ୍କୁ ନେଇ ପୁନଃ ନିଯୁକ୍ତ ବୋର୍ଡ ୨୦୨୧ ପାଇଁ ସେମାନଙ୍କ ଶାରୀରିକ ଫିଟନେସ ଓ ଦୌଡ଼ତା ଅନୁଷ୍ଠିତ ହୋଇଥିଲା। ଏଥିରେ ୮୫ ଜଣ ଅଂଶଗ୍ରହଣ କରିଥିବା ବେଳେ ତତ ମଧ୍ୟରୁ କୋଦଳା ଥାନାର କାର୍ଯ୍ୟରତ ହୋମଗାର୍ଡ ରାମାନନ୍ଦ ମିଶ୍ର ୯ ମିନିଟରେ ୨୫୦୦ ମିଟର ଦୌଡ଼ି ପ୍ରଥମ ସ୍ଥାନ ଅଧିଗ୍ରହଣ କରିଛନ୍ତି। ଏନେଇ ତାଙ୍କୁ ପୁରସ୍କୃତ ରାଶି ପ୍ରଦାନ କରାଯିବା ସହ ଆଗକୁ ବଢିବାକୁ ଉତ୍ସାହିତ କରାଯାଇଥିଲା।ଏଥିସହ ଧରାକୋଟ ଥାନାର ବିକ୍ରମ ମହାରଣା ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ଛତ୍ରପୁର ଥାନାର କେ.ଗୌରୀ ତୃତୀୟ ସ୍ଥାନ ରେ ପହଂଚି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ