କୋଣାର୍କରେ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ ଉଦଯାପିତ, କ୍ରୀଡା ଛାତ୍ରାବାସର ନିର୍ମାଣ ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

କୋଣାର୍କ (ଗଣେଷ ବେହେରା) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ପୁରୀଜିଲ୍ଲା ନେହେରୁ ଯୁବକେନ୍ଦ୍ର ସହାୟତାରେ ଫ୍ରେଣ୍ଡସ କ୍ଲବ, ଶିରିପୁର ଓ ସାମାଜିକ ସଂଗଠନ ସଂପର୍କ ମିଳିତ ଆନୁକୁଲ୍ୟରେ ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ କାର୍ଯ୍ୟକ୍ରମ ସୂର୍ଯ୍ୟ ମନ୍ଦିର ପରିସରରେ ଉଦଯାପିତ ହୋଇଯାଇଛି। ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟ ଶଙ୍କର ଯୋଶୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗଦେଇ ଏକ ସୁସ୍ଥ ଭାରତ, ଯୁବ ଭାରତ ଗଠନ ପାଇଁ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ ନିହାତି ଅପରିହାର୍ଯ୍ୟ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଯୁବ କ୍ରୀଡ଼ା ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୮୯ଟି ଷ୍ଟାଡିୟମ ସଂକଳ୍ପ ଓ ଯୁବବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଚିନ୍ତନ କୁ ସ୍ମରଣ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ କେନ୍ଦ୍ରର ଆଂଚଳିକ ନିର୍ଦ୍ଦେଶକ ନବୀନ ନାୟକ ମୁଖ୍ଯବକ୍ତା ଭାବେ ଯୋଗଦେଇ ବିଶ୍ବ ପ୍ରସିଦ୍ଧ କୋଣାର୍କ ଠାରେ ଏକ କ୍ରୀଡା ଛାତ୍ରାବାସ ଓ ଦୁଃସାହସିକ କ୍ରୀଡା ପ୍ରକଳ୍ପ ନିମନ୍ତେ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବା ପାଇଁ ଉପସ୍ଥିତ ମୁଖ୍ୟ ଅତିଥି କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାର କାନ୍ତି ବେହେରା ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ତଥା ବରିଷ୍ଠ ଗୀତିକାର ବଦ୍ରୀ ମିଶ୍ର, ପ୍ରାକ୍ତନ ଉପନିର୍ଦ୍ଦେଶକ ପ୍ରବୀର କୁମାର ପ୍ରଧାନ ଓ ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ସମାଜସେବା ପାଇଁ ପୁରୀ ଅଂଚଳର ବିଶିଷ୍ଟ ସାହିତ୍ୟିକ ବଦ୍ରୀ ମିଶ୍ର, କୋଣାର୍କର ରାମକୃଷ୍ଣ ମହାନ୍ତି, ଗଣେଶ ଚନ୍ଦ୍ର ସ୍ଵାଇଁ, ଏନଏ ଶାହା ଅନସାରୀ ଓ ବାଲୁକାଶିଳ୍ପୀ ସରିତା ଗୋଛାୟତ ପ୍ରମୁଖ ଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ୨୦୦ ଜଣ କ୍ରୀଡାବିତ, ସାମାଜିକ କର୍ମୀ, ଯୁବ ସଂଗଠନ ମୁଖ୍ୟ, ସ୍ବେଚ୍ଛାସେବୀ ପ୍ରମୁଖ ଫିଟ ଇଣ୍ଡିଆ ଫ୍ରିଡ଼ମ ରନରେ ଯୋଗ ଦେଇ କୋଣାର୍କ ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ସାହିତ୍ୟ ସଂସଦ ର ସଂପାଦକ ରବିନ୍ଦ୍ର ନାଥ ବାହୀନପତି, ସାମାଜିକ କର୍ମୀ ପ୍ରେମାନନ୍ଦ ରାଉତରାୟ ଓ ସତ୍ଯସାଇ ସେବା ସମିତିର ବାମଦେବ ଆଳୁକ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସମାଜସେବୀ ରାମକୃଷ୍ଣ ମହାନ୍ତି, ପ୍ରିୟ ରଞ୍ଜନ ରଥ, ଧୀରେନ୍ଦ୍ର ପ୍ରଧାନ, ପ୍ରେମାନନ୍ଦ ରାଉତରାୟ, ବାବୁରାମ ସ୍ବାଇଁ, ହରିହର ଜେନା, ଯଶସ୍ବୀ ରାୟ ଓ କାହ୍ନା ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ