ଶାଳଣିଆଁରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳିତ
ହାଟଡିହି, (ବିକାଶ ବିଶ୍ୱାଳ ) : ଶାଳଣିଆଁ ଠାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ନବନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳଙ୍କ ନେତୃତ୍ୱରେ ପୁର୍ବତନ ସମିତିସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳ, ସରପଞ୍ଚ ଶ୍ରୀଧର ବେହେରା, ପୁର୍ବତନ ସରପଞ୍ଚ ଅନାଥ ନାୟକ, ଯୁବ ବିଜେଡି ସମ୍ପାଦକ ଦିପ୍ତୀ ରଞ୍ଜନ ଦାସ, ନିର୍ମଳ କୁମାର ସେଠୀ, ଭ୍ରମରବର ସେଠୀ, ବ୍ରହ୍ମାନନ୍ଦ ଜେନା, ଶିବଚରଣ ବେହେରା, ମୀନହରି ବେହେରା, ଗିରିଶ ଚନ୍ଦ୍ର ସ୍ୱାଇଁ, ରମାକାନ୍ତ ଦ୍ୱବେଦୀ, ପ୍ରଦୀପ ସେଠୀ, ନଣ୍ଡା ସେଠୀ, ଗୋଲଖ ନାଥ, ବିସୁ ମୁଖୀ, ପରେଶ ପାତ୍ର, ସୁନିଲ ବେହେରା, ମନୁଆ ବେହେରା, କେଦାର ବାରିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବିଜୁ ବାବୁଙ୍କ ପଅତିମୃର୍ତ୍ତୀରେ ମାଲ୍ୟାର୍ପଣ କରି ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ପରେ ବିମ୍ବାଧର ବିଶ୍ୱାଳ ଶାଳଣିଆଁ ମେଡିକାଲରେ ଥିବା ରୋଗୀ ମାନଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରିଥିଲେ ।