ଶାଳଣିଆଁ କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭୀ ୨୦୨୨
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ଠାରେ ଥିବା ସରକାରୀ ନୋଡାଲ ସ୍କୁଲ ପରିସରରେ ଶାଳଣିଆଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫ଟି ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାରେ ବରିଷ୍ଠ ଓ କନିଷ୍ଠ ବିଭାଗ କରାଯାଇ ଚିତ୍ରାଙ୍କନ, କୁଇଜ, ବକ୍ତୃତା, ସୃଜନଶୀଳ ଲିଖନ, ସଂଗୀତ, ପ୍ରବନ୍ଧ, ମଧ୍ୟାହ୍ନ ଭୋଜନ, ତର୍କ ଆଦି ପ୍ରତିଯୋଗୀତା ମାନ କରାଯାଇଥିଲା । ସିଆରସିସି ଯତିବ୍ରତ ସ୍ୱାଇଁ ଓ କୋଦଣ୍ଡଧର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବି.ଆର.ସି.ସି ତଥା ଏବିଇଓ ସୁରେଶ କୁମାର ଯେନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶାଳଣିଆଁ ପଞ୍ଚାୟତର ସରପଞ୍ଚ ସୁମିତ୍ରା ଯେନା, ସମ୍ମାନୀତ ଅତିଥି ଭାବେ ସମିତିସଭ୍ୟ ଦିବ୍ୟଜ୍ୟୋତି ଯେନା, ଏବିଇଓ ସୁରେଶ ଯେନା, କୋଦଣ୍ଡଧର ମହାନ୍ତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଏକାଗ୍ରତା ହିଁ ସେମାନଙ୍କ ଜୀବନର ସଫଳତା ଆଣିଦିଏ ବୋଲି ମତବ୍ୟକ୍ତ କରିବା ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଗଜେନ୍ଦ୍ର କୁମାର ସେଠୀ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ରବିନ୍ଦ୍ର କୁମାର ଦାସ, ପ୍ରଦୀପ କୁମାର ନାୟକ, ସନ୍ଧ୍ୟାରାଣୀ ପେରେଇ, ଅନନ୍ତ ଚରଣ ବାରିକ, ନିରାକାର ନାୟକ, ବିଦ୍ୟାଧର ଭୋଇ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


