ଶାଳଣିଆଁ ଜଳସେଚନ ଉପଖଣ୍ଡର ପାଣି ପଞ୍ଚାୟତ ନିର୍ବାଚନ ଆରମ୍ଭ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବୈତରଣୀ ବିଭାଜନ ଶାଳପଡା ଅଧିନ ଶାଳନିଆଁ ଜଳ ସେଚନ ଉପଖଣ୍ଡ ଅନ୍ତର୍ଗତ ସାଳନ୍ଦୀ ଦକ୍ଷିଣ ପାଶ୍ୱର୍ ମୁଖ୍ୟ କେନାଲ ଅଧିନ ବନ୍ତ ଜଳ ସେଚନରେ ଥିବା ପାଣି ପଞ୍ଚାୟତ ଗୁଡିକରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ କେନାଲ ଓ କାଡା ନାଳ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବା ଦ୍ୱାରା ଚାଷୀ ମାନେ ଉପକୃତ ହେବେ । ବନ୍ତ ଜଳ ସେଚନ ବିଭାଗ ଅଧିନ ୨୪ ନମ୍ବର କେନାଲର ପାଣି ପଞ୍ଚାୟତ ନିର୍ବାଚନ ଗତ ୧୮ ତାରିଖରେ ଆରମ୍ଭ ହୋଇଛି । ଏଥିରେ ଚକ କମିଟି ସଭ୍ୟ, କାର୍ଯ୍ୟ ନିର୍ବାହୀ କମିଟି ସଭ୍ୟ ଓ ପାଣି ପଞ୍ଚାୟତ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ହେଉଛି । ଏହି ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ଶେଷ ହେବ । ଉକ୍ତ କାର୍ଯ୍ୟାଳୟ ଅଧିନରେ ୩୯ଟି ପାଣି ପଞ୍ଚାୟତ ପାଇଁ ମନୋନୟନ ପତ୍ର ଦାଖଲ ଓ ନିର୍ବାଚନ ଅନୁଷ୍ଠିତ ହେଉଛି । ବର୍ତ୍ତମାନ ସୁଦ୍ଧା ଦୁଇ ଦିନ ଧରି ଚାଲିଥିବା ନିର୍ବାଚନ ଶାନ୍ତିଶୃଂଖଳାର ସହ ହେଉଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି ।