ଶାଳବଣ ସାହିତ୍ୟ ପରିଷଦ ତରଫରୁ ମହାବିଷୁବ ସାରସ୍ୱତ ସମ୍ମିଳନୀ ଆୟୋଜିତ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶାଳବଣ ସାହିତ୍ୟ ପରିଷଦ ଆନୁକୂଲ୍ୟରେ  ବନବାସୀ ସେବା ସମିତି ସଭାଗୃହରେ ମହାବିଷୁବ ସାରସ୍ୱତ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି । ସଭା ପ୍ରାରମ୍ଭରେ ଶାଳବଣ ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟ ସିମାଞ୍ଚଳ ମହାରଣାଙ୍କ ମୃତ୍ୟୁରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ ଉତ୍ସବରେ ସଭାପତି ଡ଼ଃ.ମଧୁସୂଦନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ  ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତି ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା, ଉଦଘାଟକ ଭାବେ ଉତ୍କଳ ସମ୍ମିଳନୀର ଉପ ସଭାପତି ତଥା ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଯୋଗ ଦେଇ ଶ୍ରୀଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ଜି.ଉଦୟଗିରି କଳିଙ୍ଗ ମହା ବିଦ୍ୟାଳୟ ର ଅଧ୍ୟାପକ ଡଃ.ନଳିନୀ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସାହିତ୍ୟିକର ସାମାଜିକ ପ୍ରତିବଦ୍ଧତା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ l ସମ୍ପାଦକ ରବୀନ୍ଦ୍ର ନାଥ ରଥ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ କୈଳାସ ଚନ୍ଦ୍ର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।  ଅଧ୍ୟାପକ ବିଭୂତି ଭୂଷଣ ଶତପଥୀଙ୍କ ରଚିତ “କାବ୍ୟ ବୀରଭୂମି ” ଅତିଥି ମାନଙ୍କ ଦ୍ୱରା ଉନ୍ମୋଚିତ ହୋଇଥିଲା।ବନବାସୀ ସେବା ସମିତି ଅନ୍ତେବାସୀଙ୍କ ଦ୍ୱରା  ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ଫିରିଙ୍ଗିଆର ଡ଼.ଚିତ୍ତରଞ୍ଜନ ମିଶ୍ର ଓ ବାଲିଗୁଡାର  ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ଶତପଥୀ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସମାରୋହରେ ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଦସ୍ୟ ବିଦେଶୀ ନାୟକ, ଶିଶିର ପଟ୍ଟନାୟକ, ସସ୍ମିତା ପଣ୍ଡା, ଜୟହର ମହାନ୍ତି, ଡଃ ବିଶ୍ଵେଶ୍ଵର ଆଚାର୍ଯ୍ୟ, ବିଶ୍ଵଜିତ ଜେନା, ଶରତ କୁମାର ମିଶ୍ର, ରଞ୍ଜିତ କୁମାର ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ