ଶାଳିଜଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରଜତ ଜୟନ୍ତୀ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଶାଳିଜଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଦୁଇଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ପ୍ରାତଃ ସମୟରୁ ମାତୃମଣ୍ଡଳୀଙ୍କ ଦ୍ୱାରା କଳସ ଶୋଭାଯାତ୍ରା, ଗାୟତ୍ରୀ ଯଜ୍ଞର ପୂର୍ଣ୍ଣାହୂତୀ କାର୍ଯ୍ୟ ସମାପନ କରାଯାଇଥିଲା । ଅପରାହ୍ନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରଜତ ଜୟନ୍ତୀ ସ୍ମୃତିଫଳକ ଓ କମ୍ପ୍ୟୁଟର ଲ୍ୟାବ ଆଦି ଉଦଘାଟନ ହେବା ସହିତ ରଜତ ଜୟନ୍ତୀ ବିଶେଷାଙ୍କ ‘ଭାରତୀ’ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ସ୍କୁଲର ଅଧ୍ୟକ୍ଷ ହଟକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍ ଯୋଗ ଦେଇ ଶିଶୁ ମନ୍ଦିରରେ ଏଭଳି ଏକ ଶିକ୍ଷାନୁଷ୍ଠାନ ଯେଉଁଠୁ ସମସ୍ତଙ୍କୁ ଭଲ ପାଇବା,ମିଳିମିଶି ବଂଚିବା ଶିକ୍ଷା ଦିଆଯାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ପୁରୀସ୍ଥିତ ହରିହରାନନ୍ଦ ଗୁରୁକୁଳମର ଆର୍ନ୍ତଜାତୀୟ କ୍ରିୟାଯୋଗ ଗୁରୁ ପରମହଂସ ପ୍ରଜ୍ଞାନନ୍ଦଜୀ ଯୋଗ ଦେଇ ଦେଶରେ ଏବେ ଦୁର୍ନିୀତିରେ ଭରି ରହଛି । ଦୁର୍ନିତୀକୁ ବିଲୋପ କରିବାକୁ ହେଲେ ସୁସ୍ଥ ଶିକ୍ଷାର ଆବଶ୍ୟକ ରହିଛି । ଯାହାକୁ ଆମେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପାଇ ପାରିବା ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି,ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦେଇ ଆଜିର ସମାଜରେ ପିଲାମାନଙ୍କୁ ଭଲ ମଣିଷ କରି ଗଢି ତୋଳିବାକୁ ହେଲେ ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷାଦାନର ଅପରିହାର୍ଯ୍ୟ । ଯାହା ସରସ୍ୱତୀ ଶିଶୁ ମନ୍ଦିରରେ ଦେଖିବାକୁ ମିଳୁଥିବା ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ଉକ୍ତ ବ୍ଲକର ପ୍ରତିଭା ସାଧୁସନ୍ଥ ସମାଜର ସଭାପତି ଗୋଠଦା ମଠର ମହନ୍ତ ମହାରାଜ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ,ସହିଦ୍ ପ୍ରଶନ୍ନ ସାହୁଙ୍କ ଧର୍ମପତ୍ନୀଙ୍କୁ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମିତିର ସଂପାଦକ ଦୁଃଶାସନ ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବାବୁରାମ ବାରିକ ବିବରଣୀ ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସମିତିର ସମସ୍ତ କାର୍ଯ୍ୟକତା, ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଓ ପୁରାତନ ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ ।