ଶାଶୁଘରକୁ ଯିବା ରାସ୍ତାରେ କନ୍ୟାକୁ ଉଠାଇନେଲେ ଦୁବୁର୍ତ୍ତ

ଜୟପୁର ନାଗୱା ଗ୍ରାମରେ ଏକ ଅଭାବନୀୟକାଣ୍ଡ ଘଟାଇଛନ୍ତି ଦୁବୁର୍ତ୍ତ । ବିବାହ ପରେ ଶାଶୁ ଘରକୁ ଯାଉଥିବା ବେଳେ ରାସ୍ତାରେ କନ୍ୟାକୁ ଉଠାଇନେଲେ ଦୁର୍ବୁତ୍ତ । ଚଳିତ ଅପ୍ରିଲ ୧୬ ତାରିଖରେ ନାଗୱା ଗ୍ରାମର କିଶୋରଙ୍କ ଝିଅ ଓ ବର ସହିତ ରାତ୍ର ୩ ଘଣ୍ଟା ସମୟରେ ବିବାହ ସଂମ୍ପର୍ଣ୍ଣ ହେବା ପରେ ଶାଶୁ ଘରକୁ ଯାଉଥିଲେ । ଏହି ସମୟରେ ରାସ୍ତାରେ ୬ ରୁ ୭ ଦୁର୍ବୁତ୍ତ ଗାଡିକୁ ଅଟକାଉଥିଲେ । କିନ୍ତୁ ବର ଘରର କିଛି ବନ୍ଧୁ ଓ ବାନ୍ଧବ ମିଶି ଦୁର୍ବୁତ୍ତ ଙ୍କୁ ଅଟକାଉବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦୁବୁତ୍ତମାନେ ମାଡ ମାରିଥିଲେ । ଏହା ପରେ କନ୍ୟାକୁ ଧରି ଫେରାର ହୋଇଯାଇଛନ୍ତିି ଦୁର୍ବୁତ୍ତ । ବର ଘର ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପଚାରାଉଚାରା ଜାରୀ ରଖିଛି । ଖବର ଲେଖା ହେବା ବେଳକୁ କନ୍ୟା ର କୈାଣସି ପତ୍ତାମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ