ଶାଶୁଘର ନିର୍ଯ୍ୟତନା ସହିନପାରି ଘରଛାଡିଲେ ବୋହୁ ନାତୁଣି 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ନାହା ଗ୍ରାମର ଜଣେ ମହିଳା ତାଙ୍କ ୮ବର୍ଷର ଝିଅକୁ ଧରି କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏ ନେଇ ମହିଳାଙ୍କ ପରିବାର ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯିବା ସହିତ ସୋସୋ ପୁଲିସରେ ମଧ୍ୟ ଜଣାଇଛନ୍ତି । ଅପରପକ୍ଷେ ମହିଳାଙ୍କ ବାପଘର ଲୋକେ ଝିଅକୁ ଶଶୁଘର ଲୋକେ ନିର୍ଯ୍ୟତନା ଦେବାରୁ ଝିଅ ଘରଛାଡି ପଳାଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ନନ୍ଦିପଦା ଥାନା ଧାନଘର ଗ୍ରାମର ଅନନ୍ତ ରାଉତଙ୍କ ଝିଅ ଗୋଲାପ ସୋସୋ ଥାନା ଅଧିନସ୍ଥ ନାହା ଗ୍ରାମର ତପନ କୁମାର ଜେନାଙ୍କୁ ୨୦୧୩ରେ ବିବାହ ଦେଇଥିଲେ । ତପନ ରାଜ୍ୟ ବାହାରେ ରହି କାମଦାମ କରୁଥିବାବେଳେ ଗତ କରୋନା ସମୟରୁ ଗାଁ ପଳାଇ ଆସି ଘରେ ରହୁଛି । ଏବେ ଘରେ ସ୍ୱାମୀ ସ୍ତ୍ରୀ ଭିତରେ ଦୈନିକ ଝଗଡାଝାଟି ଲାଗୁଥିବାବେଳେ ତପନ ଅନେକ ସମୟ ରେ ତାଙ୍କ ଝିଅକୁ ମାରଧର କରୁଥିବାରୁ ସେ ନିର୍ଯ୍ୟାତନା ସହିନପାରି ଗତ ୫ଦିନ ତଳେ ୮ବର୍ଷର ଝିଅକୁ ଧରି କେଉଁଆଡେ ପଳାଇଛି ।  ଏନେଇ ଅନନ୍ତ ସୋସୋ ଥାନାରେ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ