ଶାସଙ୍ଗ ପଞ୍ଚାୟତରେ ସାଧାରଣତନ୍ତ୍ର ଦିବସ ପାଳିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତରେ ୭୧ତମ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସରପଞ୍ଚ ବିମ୍ବାଧର ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଶାସଙ୍ଗ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ି ତୋଳିବାପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପଞ୍ଚାୟତ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଜାତୀୟ ସଂଗୀତ ଗାନ କରାଯାଇଥିବାବେଳେ ପିଇଓ କୋଦଣ୍ଡଧର ପଣ୍ଡା, ନାଏବ ସରପଞ୍ଚ ଟୁକୁନା ନାୟକ, ୱାର୍ଡସଭ୍ୟା ସୁବାସିନୀ ବିଶ୍ୱାଳ, ଦିପ୍ତିମୟୀ ସ୍ୱାଇଁ, ସଂଯୁକ୍ତା ଯେନା, ରୁକ୍ମଣୀ ଯେନା, ବିଦ୍ୟୁତଲତା ଦାସ, ପ୍ରହଲାଦ ଦାସ, ସୁକାନ୍ତୀ ଜେନା, ଗଣନାଥ ଦେହୁରୀ, ସୁକାନ୍ତୀ ନାୟକ, ଚଞ୍ଚଳା ଯେନା, ଅର୍ଜୁନ ଯେନା, ଶିକ୍ଷାବିତ୍ ଉଦୟନାଥ ସ୍ୱାଇଁ, ପୁର୍ବତନ ସରପଞ୍ଚ ମହେଶ୍ୱର ଦେହୁରୀ, ଅନାଦି ଚରଣ ବିଶ୍ୱାଳ, ହରେକୃଷ୍ଣ ବେହେରା, ଆଦିକନ୍ଦ ସାହୁ, ଉଚ୍ଛବ ପାଢ଼ୀ, ଭଗବାନ ଜେନାଙ୍କ ସମେତ ବହୁଗ୍ରାମବାସୀ ଉପସ୍ଥିତ ଥିଲେ । ରବିନ୍ଦ୍ର କୁମାର ପାତ୍ର, ରବିନ୍ଦ୍ର କୁମାର ଯେନା ଓ କର୍ମଚାରୀ ଉଦୟନାଥ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।