ଶାସଙ୍ଗ ହାଇସ୍କୁଲରେ ଜାତୀୟ କ୍ରୀଡା ଦିବସ ଉତ୍ସବ ଉଦ୍ୟାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଶାସଙ୍ଗ ହାଇସ୍କୁଲରେ ଗତ ଏକ ସପ୍ତାହଧରି ଚାଲିଥିବା ଜାତୀୟ କ୍ରୀଡା ଦିବସ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ, କବାଡି, ଯୋଗ ଆଦି ବିଭିନ୍ନ ପ୍ରତିଯୋଗୀତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା ପ୍ରତି ଉତ୍ସାହ ସୃଷ୍ଟି କରାଯାଇଥିଲା । ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଆଜିର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବିଶ୍ୱାଳ ଯୋଗଦେଇ ଭାରତର ବିଶିଷ୍ଟ ହକି ଖୋଳାଳି ସ୍ୱର୍ଗତ ଧ୍ୟାନଚାନ୍ଦଙ୍କ ସ୍ମୃତି ଉଦେ୍ଦଶ୍ୟରେ ତାଙ୍କର ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଥିବା ନେଇ ସୁଚନା ଦେବା ସହିତ କ୍ରୀଡା ଦିବସର ମହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଚିତ୍ରେଶ୍ୱରୀ ବେହେରା, ସାଇସ୍ମୃତି ସାହୁ, ସ୍ୱର୍ଣ୍ଣପ୍ରଭା ନାୟକ, ତର୍କରେ ଅରୋସ୍ମୃତି ବାରିକ, ଲୋପାମୁଦ୍ରା ଷଡଙ୍ଗୀ, ଶୁଭମୁକ୍ତା ବିଶ୍ୱାଳ, ଦିବ୍ୟଜ୍ୟୋତି ରାଉତ, ଅର୍ଚ୍ଚିତା ସାହୁ, ବଳରାମ ସା ପ୍ରମୁଙ୍କଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶାନ୍ତନୁ କୁମାର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷକ ରାଧାକୃଷ୍ଣ ପତି, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ପ୍ରଦୀପ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବାବେଳେ ଶିକ୍ଷାକର୍ମଚାରୀ ରମେଶ ଚନ୍ଦ୍ର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।