ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଓଡିଆ ଭଣ୍ଡାରୀ ସାହି ଉତ୍କଳ ହିତୈଷିଣି ସଭାଗୃହରେ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଶିକ୍ଷାବିତ ଗୌରଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିବାବେଳେ ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଆଭାଷା ଶ୍ରେଷ୍ଠ ପ୍ରାଚୀନ ଭାଷା ଓ ଏହାର ସଂରକ୍ଷଣ ଏବଂ ସମୃଦ୍ଧିର ଆବଶ୍ୟକତା ରହିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ ବୃଷକେତୁ ଦାଶ ଯୋଗଦେଇ ଓଡିଆ ଅସ୍ମିତାକୁ ଜାଗୃତି ରଖିବା ସହ ତାହର ସୁରକ୍ଷା ପାଇଁ ସମସ୍ତ ଓଡିଆଙ୍କର କର୍ତ୍ତବ୍ୟ ବୋଲି ମତ ରଖିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟର ବଟକୃଷ୍ଣ ପାତ୍ର, ଡ.କଲ୍ୟାଣୀ ମିଶ୍ର, ସ୍ୱର୍ଣ୍ଣ ପ୍ରଭା ପାଠୀ ପ୍ରମୁଖ ଯୋଗଦେଇ ଓଡିଆ ଭାଷାର ପ୍ରଚଳନ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷାବିତ ବିଚିତ୍ରା ନନ୍ଦ ବେବର୍ତ୍ତା ସଂଯୋଜନା କରିଥିବାବେଳେ ଜଗଦୀଶ ଚନ୍ଦ୍ର ପାତ୍ର, ଶ୍ୟାମ ସୁନ୍ଦର ଗନ୍ତାୟତ, ପ୍ରତାପ ଚନ୍ଦ୍ର ଦାଶ, ସୁରେଶ ଚନ୍ଦ୍ର ଦାସ, ମୀନାକ୍ଷୀ ସାହୁ, ତ୍ରିପତି ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ । ଶେଷରେ ପ୍ରମୋଦ ଚନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।